STORYMIRROR

Binod Sahoo

Others

3  

Binod Sahoo

Others

ମୋ ଦେଶ ମୋ ଭାରତ

ମୋ ଦେଶ ମୋ ଭାରତ

1 min
222


ଦେଶ ମାତୃକାର   ଉନ୍ନତି ପାଇଁ କି

    ଜନମିଲେ କେତେ ଵୀର

ପୁନ୍ଯ ଭୂଇଁ ଏହି   ଭାରତ ମାତାର

    ସମସ୍ତେ ସନ୍ତାନ ତାର ।୧।


ତା ପାଣି ପବନେ  ବଢିଛନ୍ତି ଆମେ 

    ସୁସ୍ଥ ଓ ସବଳ ହୋଇ

ପାରିବାନି ସହି   ତା' ଦୁଃଖ ଦୁର୍ଦ୍ଦଶା

  ଚାହିଁଲେ ଦେବା ହଟାଇ ।୨।


ବିପଦ ଗ୍ରାସୀଛି   ଭାରତ ମାତାକୁ

    ସନ୍ତାନ ହୁଏ ବିକଳ

ହେବା ଏକଜୁଟ   ଦେଇ ମନପ୍ରାଣ

    ଏକତାକୁ କରି ବଳ ।୩।


ଅତୀତରେ ସେହି   ଏକତା ବଦ୍ଧରେ

     ଯାଇଛି ଇଂରେଜ ହଟି

ଆସିଛି ସେବେଳ   ହୋଇ ଏକତ୍ରିତ

     ବିପଦକୁ ଦେବା ଆଣ୍ଟି ।୪।


ବେଳୁବେଳ ଦୁଃଖ  ଅସହ୍ୟ ହେଉଛି

     ସହିବା କଷ୍ଟ ହେଲାଣି

ମହାପ୍ରଭୁ ତୁମେ   ଏସମୟେ କାହିଁ

   ନିଦରେ ଶୋଇ ଗଲଣି ।୫।


ଭାଇ ଭଉଣୀଙ୍କ   ସ୍ନେହ ଶ୍ରଦ୍ଧା ପର୍ବ

     ରକ୍ଷା ବନ୍ଧନ ଉତ୍ସବ

ବାନ୍ଧିବ ଭଉଣୀ  ଭାଇହାତେ ରାକ୍ଷୀ

    ବିପଦ ଯେଵେ ହଟିବ ।୬।


କେଡେ ଯେ ନିର୍ଦ୍ଦୟ  ତୁମେ ମହାପ୍ରଭୁ

    ବସିଛ ଗମ୍ଭିରା ଘରେ

ମହା ଆନନ୍ଦରେ   ବଡ଼ଭାଇ ପୁଣି

  ଭଉଣୀ ନେଇ ସଙ୍ଗରେ ।୭।


ଦୁଃଖ ବୁଝିବାକୁ   ପାଇଛ କ୍ଷମତା

     କାହିଁକି ବୁଝୁନ ଦୁଃଖ 

ଆଶୀର୍ବାଦ ଆଜି   ଢାଳିଦିଅ ମୁଣ୍ଡେ

    ସମସ୍ତେ ପାଆନ୍ତୁ ସୁଖ ।୮।


ଶ୍ରୀମନ୍ଦିର ତୁମ   ଆକ୍ରମଣ ବେଳେ

   କିଏ ଥିଲା ତୋ ପାଖରେ ?

ଏମାନବ ଜାତି   ତୁମକୁ ଲୁଚାଇ

    ରଖିଲା ଅନ୍ୟ ସ୍ଥାନରେ ।୯।


କାହାପାଇଁ ଆଜି  ବସିଛ ଶ୍ରୀକ୍ଷେତ୍ରେ

     ନିଜକୁ ପଚାରି ଦେଖ

ମାନବ ଜାତିକୁ   ବିପଦ ଗ୍ରାସୀଛି

    ଖୋଲୁ ନାହଁ କାହିଁ ମୁଖ ?୧୦?


ଫେରାଇଣ ଦିଅ   ଭାଇଭଉଣୀଙ୍କୁ

     ରକ୍ଷା ବନ୍ଧନର ଖୁସି

ବିକଳେ ଡାକୁଛୁ   ଏଭାରତ ବର୍ଷେ

    ସମସ୍ତେ ଭାରତବାସୀ ।୧୧।


କରୁଛି ପ୍ରାର୍ଥନା   ହେ ଚକାନୟନ

    ନେତ୍ରମୁଦି ବସ ନାହିଁ

କରିଦିଅ ମୁକ୍ତି   ଭାରତବାସୀଙ୍କୁ

    ତୁମ ବିନା କେହି ନାହିଁ ।୧୨।


Rate this content
Log in