ମରଣ କାନିରେ ପଡ଼ିଛି ଗଣ୍ଠି
ମରଣ କାନିରେ ପଡ଼ିଛି ଗଣ୍ଠି
1 min
218
ମୋହ ସରିଯିବ
କୋହ ମରିଯିବ
ମରଣ କାନିରେ
ପଡ଼ିଛି ଗଣ୍ଠି ।
ବରଣି ହୋଇବୁ
ସରଗ ବେଶରେ
ସରିଯିବ ଯେବେ
ପରାଣ ଅଣ୍ଟି ।
ମଶାଣି ପାଉଁଶ
ସଜାଡିବୁ ଶେଯ
ଦରକାର ନାହିଁ
କନ୍ଥା ରେଜେଇ ।
କାଠ ସବାରୀରେ
ବାଟ ସରିଯିବ
ରଙ୍ଗ ଅବିରରେ
ହେବୁ ସଜେଇ ।
ସରିଯିବ ହାଟ
ଭୁଲିଯିବୁ ବାଟ
ଭୁଲିଯିବୁ ତୋର
ଘର ସଂସାର ।
ସାଇତିଛୁ ଯାହା
ସାତ ଜନମକୁ
ସବୁଦିନ ପାଇଁ
ହେବ ଆଉ କାହାର।
