STORYMIRROR

Binod Sahoo

Children Stories Romance

3  

Binod Sahoo

Children Stories Romance

ତୋ ପାଇଁ କବିତା

ତୋ ପାଇଁ କବିତା

1 min
276


ତୁ ମଲ୍ହାର ମାଳିନୀ

ତୁ ମୃଦୁ କୁଦୁମ୍ବିନି

ତୁ ଯେତେ ମନା କଲେବି

ମୁଁ ତୋ ମନରୁ ଯାଉନି।।।


ତୁ ପ୍ରୀତିର ସାଗରି

ତୁ ଅଶାନ୍ତ ଲହରୀ

ତୋ ଛାତିର ଧଡକନକୁ ପଚାର

ମୁଁ କେବଳ ତୋହରି ।।।


ତୁ ଚିକ ମିକ ତାରା

ତୁ ରଙ୍ଗ ମଧୁଝରା

ତୋ ହୃଦୟ ର ପ୍ରତିଟି ମୁହୂର୍ତ୍ତ କହେ

ମୁଁ ତୋ ପାଇଁ ପରା।।।


ତୁ ସପନ ର ନାୟିକା

ତୁ ସାଥୀ ସତ ସତିକା

ତୋ ଭାବନା କୁ ଆଉ ଥରେ ଭାବି ପଚାର

ମୋ ପ୍ରେମରେ ନାହିଁ ପରିକ୍ଷା।।।


ତୁ ଭାବି ଭାବି ଭାବିକା

ତୁ ପରିଶେଷରେ ପ୍ରେମିକା

ତୋ ନିଶ୍ବାସରୁ ଥରେ ବାହାରି ଦେଖ

ମୁଁ ଏବେବି କରିଛି ଅପେକ୍ଷା।।।

  

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍