STORYMIRROR

Mohan Rour

Romance

3  

Mohan Rour

Romance

ସାଥି ତୁ ଏଡ଼େ ନିର୍ଦୟ

ସାଥି ତୁ ଏଡ଼େ ନିର୍ଦୟ

1 min
183


ଦେଇଥିଲି ସାଥି ତତେ

ମୋ ହୃଦୟ

ହେଲେ ଜାଣିନଥିଲି କି 

ତୁ ଥିଲୁ ଏତେ ବଡ଼ ନିର୍ଦୟ


ଧୋକା ତୁ ମୋତେ ଦେଲୁ

ଏଡ଼େ ବେଈମାନୀ କେମିତି ହେଲୁ

ଅଧାବାଟେ ଛାଡି ଚାଲିଗଲୁ

କାହିଁକି ତୁ ଏମିତି କଲୁ ?


ତଥାପି ରହିଛି ତୋ ବାଟ କୁ ଚାହିଁ

ଆସିବୁ ଦିନେ ମୋ ପାଖକୁ

ହାତ ଧରିବା ପାଇଁ


ଚାଲିବୁ କିଛି ବାଟ

ନକରି ଟିକେ ଅଝଟ

ତୋ ଅଫେରା ବାଟକୁ

ଚାହିଁଛି ମୁଁ ଚାତକ ପରି 


ତୋ ପାଇଁ ଚାହେଁ ଜିଇଁବାକୁ

ତୋ ସାଙ୍ଗେ ଇଚ୍ଛା ହୁଏ ଖାଲି ରହିବାକୁ


ହେଲେ ତୁ ଆସିବୁ ନାହିଁ


ତୋ ବିନା ଜିଇଁବି

ଜିଅନ୍ତା ଶବ ଟେ ହୋଇ

ଦେଇଥିଲି ସାଥି ତତେ ମୋ ହୃଦୟ

ମୁଁ କାହିଁ


ଜାଣିନଥିଲି କି ଏତେ ବଡ଼

ବେଈମାନୀ ଟେ ଥିଲୁ ତୁହି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance