STORYMIRROR

Brundabana Pradhan

Romance

3  

Brundabana Pradhan

Romance

ତମ ହାତର ଚା

ତମ ହାତର ଚା

1 min
254


ତମ ହାତର ଚା 

ଲାଗେ କେତେ ମତେ ଭଲ 

ଚିନି କମ୍ ଚା ବେଶୀ 

ସଂନ୍ଧ୍ଯାରେ ଫୁରସତ୍ ବେଳ। 


ତମ ଚା ଖଟିରେ ବସି

ଦୁନିଆଁ କଥା ଶୁଣେ ମୁଁ ହସି ହସି 

ସେ ଆନନ୍ଦ କାହୁଁ ମିଳିବ 

ଜଗତର କଥା କିଏ କହିବ। 


ଚା ଖଟି ଅଛି 

ହେଲେ ନାହିଁ ସେ ଲୋକ 

ଭୟରେ ଭୟରେ କଟୁଛି 

ଦୁନିଆ ଜାକର ସୁଖ।


ହଜିଯାଇଛି ସେ ଚା ର ବାସ୍ନା 

ନିଜ ଲୋକ ସଭିଏଁ ଗଲେଣି ଚାଲି 

ଚା ଖଟି ଆଜି ଅଛି ବୋଲି 

ସଭିଙ୍କର କଥା ଜାଣୁଛି ଖାଲି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance