STORYMIRROR

MAMATA RANI SATAPATHY

Romance

3  

MAMATA RANI SATAPATHY

Romance

ସପନ ରାଇଜ ରସିକ ରାଜନ

ସପନ ରାଇଜ ରସିକ ରାଜନ

1 min
206

ସଞ୍ଜ ନଇଁଗଲା ପରେ

     ଯେବେ ମୁଁ ବସି ଭାବେ ନିରୋଳା ରେ

 ତୁମକଥା ଭାରିମନେପଡେ

କେବେ ତୁମେ ଆସିବ ହେ ରସିକ ରାଜନ 

          ସପନର ରାଇଜରେ

ମନ ମଧୁବନ ଚାହିଁରହିଅଛି ଧନ

           କର ମତେ ଉପଶମ

ବଞ୍ଚିପାରିବିନି ତୁମବିନା ମୁଁହି

            ଅସରନ୍ତି ଆମ ପ୍ରେମ ।

ଝୁରିମରେ ତୁମ ପ୍ରାଣ ସଙ୍ଗିନୀ

        ଏ ବିରହ ଯନ୍ତ୍ରଣା ଆଉ ସହି ହେଉନି

ଆସ,ଆସ,ଆସ ମୋ ରସିକ ରାଜନ 

          ପାହାନ୍ତିଆ ସପନରେ ।

ମଧୁକୁଞ୍ଜେ ଆଜି ଶୂନ୍ୟତା ଖେଳେ 

           ଗୋପନେ ରାଧା କାନ୍ଦେ  

ଝୁରି ଝୁରି ତୁମକୁ ହେ ରସିକ ରାଜନ 

         ଭାଗ୍ୟକୁ ଖାଲି ନିନ୍ଦେ।

ତୁମ ସ୍ବପ୍ନ ସବୁ ପାହାନ୍ତି ରାତିରେ

          ଦେଖି ମନେ ମନେ ଭାବେ

 ସତ କି ହେବ ଏ ମଧୁର ସପନ

          ଦୂର ହୋଇଯିବ ମୋର ଦୁଃଖ ର ଦିନ ।

ଭାବିଦେଲେ ତୁମକଥା ଖେଳିଯାଏ 

           ଶିହରଣ ତନୁ ମନରେ

ତୁମସହ ବିତିଥିବା ସେ ଅଭୁଲା ମୁହୂତ୍ତକୁ 

                  ମନଝୁରେ ।

ସତେ କି ଆସିବ ତୁମେ 

        କରିବ ମୋ ମାନ ଭଞ୍ଜନ

ହେ ରସିକ ରାଜନ 

      ବସି ବସି ମୁଁ ଗଣୁଛି ଦିନ ।

ବେଗେ ବେଗେ ଆସ 

          ନ କର ଡେରି

ରାତି ପାହିବାକୁ ଆଉ ଅଳପ ବାକି

       ଆଉ ବେଶୀ ଡେରି କରନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance