STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରେମ ଭିକ୍ଷୁ

ପ୍ରେମ ଭିକ୍ଷୁ

1 min
200

ଫୁଲରେ ନଥିଲା ମହକ ଟିକିଏ

ଗଛରେ ନଥିଲା ଫଳ

ସୁଖ ଖୋଜୁଥିଲା ହତାସ ପରାଣ

ଦେଖୁଥିଲା ମହାକାଳ I

ତୁମବିନା ଅଧାଥିଲା ଏ ଜୀବନ

ଜାଣିନ କି ପ୍ରିୟ ସଖୀ

ତୁମେ ଆସିଗଲ ମନ ପୁରିଗଲା

ଭିଜି ଯାଇଥିଲା ଆଖି I

ଫୁଲରୁ ଫୁଲକୁ ଉଡି ବୁଲୁଥିଲି

ନଥିଲା ଯହିଁରେ ମହୁ

ପଥଚଲା କ୍ଳାନ୍ତି ଘାରିଥିଲା ମୋତେ

ପାଦୁ ଝରୁଥିଲା ଲହୁ I

ପାଗଳଟିଏ ମୁଁ ଦ୍ୱାରେ ଦ୍ୱାରେ ବୁଲି

କରୁଥିଲି କରାଘାତ

ଖୋଜି ବୁଲୁଥିଲି ଦରଦୀ ପ୍ରାଣଟେ

ଯେ ଧରି ନେବ ମୋ ହାତ I

ତୁମେ ଆସିଗଲ ଅନ୍ଧାର ହଜିଲା

ଆଲୋକିତ ହେଲା ମନ

ଇନ୍ଦ୍ରଧନୁ ତୁମେ ପ୍ରୀତିର ପ୍ରାଙ୍ଗଣେ

ଉଇଁଗଲ କ୍ଷଣ କ୍ଷଣ I

        


Rate this content
Log in

Similar oriya poem from Romance