STORYMIRROR

Kalish Chandra Parhi

Abstract

3  

Kalish Chandra Parhi

Abstract

ଦୁଃଖ ନଦୀର ତୀରେ

ଦୁଃଖ ନଦୀର ତୀରେ

1 min
380


ଦୁଃଖ ନଦୀର ତୀରେ

ଚାଲୁଚାଲୁକେବେ ଥକିଯାଏପାଦ

           ବନ୍ଧୁର ଶିଳାପରେ

ତୀକ୍ଷ୍ଣ ଶଳାକା ଧାରେ

ପାଦରୁ ରକ୍ତ ଝରେ

ପ୍ରାଣ ସ୍ପନ୍ଦନ ସ୍ଫୁରେ

ଅବଶୋଷ ଆଉ ନିରାଶା ମରୁରେ

            ଆଶା ବିଶ୍ବାସ ମରେ

ଥମକି ଚାହେଁ ମୁଁ କ୍ଷଣେ

ଥକିଯାଅ ନାହିଁ ପଥିକ ହେ ତୁମେ

            କହିଉଠେ କିଏ ଜଣେ

ତୃତୀୟ ନୟନ କୋଣେ

ଦେଖେ ଦାମ୍ଭୀକ ଜଣେ

ସମୀପରେ ଉଭା ଟାଣେ

କହୁଛିଧୈର୍ଯ୍ୟ ହରାଅନି ଚାଲ

              ଜିତିବ ଜୀବନ ରଣେ

ତାର ଔଜଲ୍ୟଭରାବାଣୀ

ଶତ ସିଂହର ବଳବିକ୍ରମ

              ହୃଦୟରେ ଦେଲାଆଣି

ଚାଲିଲି ଚାଲିଲି ପୁଣି

ଛଡା଼ଇ ଜୀବନୁଁ ପାଣି

ଦେଖାଇ ଦର୍ପ ଠାଣି

ପ୍ରାଣ ସଂଗ୍ରାମେ ଦୁର୍ଦ୍ଦଶବୀର

              ମୁହିଁ ଯେ ପ୍ରଥମ ଶ୍ରେଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract