ଦୁଃଖ ନଦୀର ତୀରେ
ଦୁଃଖ ନଦୀର ତୀରେ
ଦୁଃଖ ନଦୀର ତୀରେ
ଚାଲୁଚାଲୁକେବେ ଥକିଯାଏପାଦ
ବନ୍ଧୁର ଶିଳାପରେ
ତୀକ୍ଷ୍ଣ ଶଳାକା ଧାରେ
ପାଦରୁ ରକ୍ତ ଝରେ
ପ୍ରାଣ ସ୍ପନ୍ଦନ ସ୍ଫୁରେ
ଅବଶୋଷ ଆଉ ନିରାଶା ମରୁରେ
ଆଶା ବିଶ୍ବାସ ମରେ
ଥମକି ଚାହେଁ ମୁଁ କ୍ଷଣେ
ଥକିଯାଅ ନାହିଁ ପଥିକ ହେ ତୁମେ
କହିଉଠେ କିଏ ଜଣେ
ତୃତୀୟ ନୟନ କୋଣେ
ଦେଖେ ଦାମ୍ଭୀକ ଜଣେ
ସମୀପରେ ଉଭା ଟାଣେ
କହୁଛିଧୈର୍ଯ୍ୟ ହରାଅନି ଚାଲ
ଜିତିବ ଜୀବନ ରଣେ
ତାର ଔଜଲ୍ୟଭରାବାଣୀ
ଶତ ସିଂହର ବଳବିକ୍ରମ
ହୃଦୟରେ ଦେଲାଆଣି
ଚାଲିଲି ଚାଲିଲି ପୁଣି
ଛଡା଼ଇ ଜୀବନୁଁ ପାଣି
ଦେଖାଇ ଦର୍ପ ଠାଣି
ପ୍ରାଣ ସଂଗ୍ରାମେ ଦୁର୍ଦ୍ଦଶବୀର
ମୁହିଁ ଯେ ପ୍ରଥମ ଶ୍ରେଣୀ
