ଦୁହିତା
ଦୁହିତା
ସିନ୍ଦୂର ଦିଅଇ ନୂତନ ଠିକଣା
ଆପଣାକୁ କରି ପର
ବାପା ଭାଇ ସବୁ ପର ହୋଇଥାନ୍ତି
ଝିଅ ଗଲେ ଶାଶୁ ଘର ।।
ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା
ସହି ହୁଏ ଦହଗଞ୍ଜ
ସଭିଙ୍କ ମନକୁ ଖୁସି କରିବାକୁ
ବିତେ ସକାଳରୁ ସଞ୍ଜ ।।
ବୁଝନ୍ତିନି କେହି ତା ହୃଦ ଯନ୍ତ୍ରଣା
ଦେଖନ୍ତିନି ଝିଅ କାନ୍ଦେ
ଆଖିର ଲୁହ କୁ ଓଠେ ଚାପିଦିଏ
ହସି କଥା କୁହେ ପଦେ ।।
ତଥାପି ତା ପାଇଁ ଦୁଇଟି ଦୁନିଆ
ଜନମ ଠାରୁ ମରଣ
ସବୁ ଦୁଃଖ ପରେ ଦୁହିତା ବୋଲାଇ
ମନରୁ ଭୁଲେ କଷଣ ।