STORYMIRROR

Pranati Panda

Tragedy Classics

4  

Pranati Panda

Tragedy Classics

ଦୁହିତା

ଦୁହିତା

1 min
236

ନାରୀ ଟିଏ ପରା ଦୁହିତା ନାମରେ

ଦୁଇ କୂଳ ରକ୍ଷା ଭାରକୁ ବୋହି,

କାନ୍ଧ ଦବିଯାଏ ସଂସାର ବୋଝରେ

ମରମ ବେଦନା ନ'ପାରେ କହି।


ଅନୁଭଵ ଆଉ ଅନୁଭୂତି ସବୁ

ଆଖି ତଳେ ସବୁ ଲୁଚେଇ ରଖେ,

ନାରୀ ମନ ତଳ କୋହ ପାହାଡକୁ

ସଂସାରରେ କେତେଜଣ ପରଖେ ?


କାହାରିକୁ କେବେ ବୁଝେଇ ପାରେନି

ହୃଦୟ ତଳର ଅକୁହା କଥା ,

ଚିରକାଳ ବ୍ୟର୍ଥ ଚେଷ୍ଟା କରି କରି

ମରମେ ଭେଦଇ ମରମ ବ୍ୟଥା ।


କେତେ ଯେ' ଜ୍ଵଳନ କେତେ ଯେ' ସ୍ପନ୍ଦନ

ଆବେଗରେ ହୁଅଇ ଉଦ୍ଧୀପିତ ,

ଅଗଣିତ ପ୍ରଶ୍ନ ବିଦ୍ରୋହ ଜ୍ୱାଳାରେ

ନିତି ହୁଅଇ ସ୍ତମ୍ବୀତ, ଚକିତ ।


ଆଖିର ଲୁହରେ ବକ୍ଷର କୋହରେ

ଅନ୍ତଃସ୍ୱର ହୁଏ କ୍ଷତ, ବିକ୍ଷତ,

ସ୍ନେହର ଏକାନ୍ତ ମୋହେ ମୋହ ହୋଇ

ନିଜକୁ କରାଏ ନୂଆ ପ୍ରସ୍ତୁତ ।


ଦୁହିତା ବୋଲି'ତ ବସୁଧା ପରି ସେ'

ଚାହିଁଲେ ବିଦ୍ରୋହ ପାରେନି କରି,

ଆଶାର ଦିଗନ୍ତେ କେତେ ଆସ୍ତରଣ

ସଯତ୍ନେ ସାଇତେ ହୃଦୟେ ଭରି ।


ସଂସାରର ନାରୀ ଧର୍ମ ପାଳନରେ

ଦେଉ'ବା ନ'ଦେଉ କିଏ ଗୁରୁତ୍ଵ ,

ସବୁଠାରୁ ଶ୍ରେଷ୍ଠ ନାରୀ ନାମ୍ନୀ ଧାରୀ

ବରି ନିଏ ନିଜ କାନ୍ଧେ ଦାୟିତ୍ଵ।


ଜନ୍ମରେ ଦୁହିତା ଯୌବନରେ ପତ୍ନୀ

ପୁଣି ଭଗ୍ନୀ, ମାତା ରୂପେ ବିଦିତା ,

ସଂସାରରେ ସର୍ବଶ୍ରେଷ୍ଠ ନାରୀ ବୋଲି

ସତେକି ଆଜି ସର୍ବତ୍ର ପୂଜିତା???


ବୁଢିଆଣୀ ଜାଲ ଭିତରେ ଲଟେଇ

ଝୁଲୁଅଛି ପ୍ରଶ୍ନ ଆଜି ଶତତ ,

ନାରୀ ମୁକ୍ତି ପାଇଁ ବିଦ୍ରୋହର ସ୍ୱର

ଅଗଣିତ ଭାବେ ହୁଏ ପ୍ରସ୍ତୁତ ।


ଦୂରେଇ ଯାଉଛି ଦୂରକୁ ଦୂରକୁ

ନାରୀ'ହିଁ ସଂସାର'ର ଶୋଭାବନ ,

ଦୁହିତା ଯଜ୍ଞରେ ପୂର୍ଣ୍ଣାହୁତି ଦେଇ

ଅମଳିନ ପୁଣି ଚିର ନୂତନ ।

        



Rate this content
Log in

Similar oriya poem from Tragedy