Sarojini Mishra

Classics

4  

Sarojini Mishra

Classics

ଦଶମହାବିଦ୍ୟା

ଦଶମହାବିଦ୍ୟା

1 min
5



ସତୀ ଅଗ୍ନିଝାସ ଶଙ୍କର ବିରସ

ଶରୀର ଯେ ଖଣ୍ଡ ଖଣ୍ଡ

ବିଭିନ୍ନ ସ୍ଥାନରେ ପଡ଼ି ସତୀ ଅଙ୍ଗ

ହୋଇଗଲା ଶକ୍ତି ପୀଠ ।


ପାର୍ବତୀ ରୂପରେ ପୁନଃ ଆବିର୍ଭାବ

ଦଶଟି ସ୍ୱରୂପେ ଗଢ଼ା

ଦଶଦିଗେ ରହି ଦଶ ମହାବିଦ୍ୟା

ଶିକ୍ଷା ଦେଲେ ମା ଅନୁଢ଼ା ।


ବିଭିନ୍ନ ରୂପରେ ବିଭିନ୍ନ ବାରତା

ଦେଇ ଥାନ୍ତି ମାତା ପୁଣି

ମହାକାଳୀ ପରା କର୍ମ ରୂପ ତାଙ୍କ

ସଂହାର ବିଦ୍ୟା ରହଣି ।

ଏହି ବିଦ୍ୟା ଦିଏ ମୁକତି ର ଶିକ୍ଷା

ଲୋଭ ମୋହରୁ ବିରତ

ଜୀବନେ ଏ କରିଲେ ଆୟତ

ମିଳିଯାଏ ମୁକ୍ତି ପଥ ।


ତାରା ଦଶରୂପା ମଧ୍ୟେ ଅନ୍ୟତମା

ତାରଣ ବିଦ୍ୟା ଅଟଇ

ସହଯୋଗୀ ପତ୍ନୀ ତତ୍ତ୍ଵ ର ଆଧାର

ଦୁଃଖ କଷ୍ଟ ତାରି ଥାଇ ।.


ଷୋଡ଼ଶୀ ଶକ୍ତି ର ଚେତନ ରୂପରେ

ତ୍ରିପୁରା ସୁନ୍ଦରୀ ଜାତ

ଉନ୍ମୋଚ଼ନ ବିଦ୍ୟା ଅଟଇ ଶକ୍ତିର

ଚେତନା ବୃଦ୍ଧିର ମିତ । 


ଭବନେଶ୍ୱରୀ ଯେ ପ୍ରେମ ତତ୍ତ୍ଵେ ଭରା

ଶକ୍ତିଙ୍କ ମୋହିନୀ ରୂପ

ମନ ନିୟନ୍ତ୍ରଣ ମୋହିନୀ ବିଦ୍ୟା ଯେ

ଆତ୍ମ ସାକ୍ଷାତର ଭୂପ |


ଛିନ୍ନମସ୍ତା ପୁଣି ବିଛିନ୍ନ ରୂପିଣୀ

ସଂସ୍କାର ବିଦ୍ୟା ରେ ଭରା

ଅହଂ କୁ ଛେଦନ ବନ୍ଧୁ ତତ୍ତ୍ଵେ ପୂର୍ଣ୍ଣ

ବରଷେ ଶାନ୍ତି ର ଧାରା ।


ଧୂମାବତୀ ପରା ଜ୍ଞାନରସ୍ୱରୂପ

ଧୂମ ଅଟଇ ତା ତତ୍ତ୍ଵ

ମୋକ୍ଷ ବିଦ୍ୟା ବୋଲି ବିଦିତ ଧରାରେ

ମୋକ୍ଷ ପ୍ରଦାନେ ଗୁରୁତ୍ୱ ।


ବଗଳା ଅଟନ୍ତି ମୌନ ରୂପେ ସ୍ଥିତ

ଉପଦେଷ୍ଟା ତତ୍ତ୍ଵ କୁହେ

ନିରବେ ରହି ଯେ ସମ୍ମୋହନ ବିଦ୍ୟା ସହଜେ ଶିଖାଇ ଦିଏ |


ମାତଙ୍ଗୀ ଅଟନ୍ତି ସମୟରୂପିଣୀ

ସମର୍ପଣ ତତ୍ତ୍ଵେ ଭରା

ଉର୍ଦ୍ଧ୍ଵକୁ ଯିବାର ରାସ୍ତା ବତାଏ ସେ

ଉତ୍ତରଣ ବିଦ୍ୟା ପରା |


ସୌନ୍ଦର୍ଯ୍ୟ ରପିଣୀ କମଳା ଶକ୍ତି ଯେ

ସମ୍ପଦ ତତ୍ତ୍ଵ ବୁଝାଏ

ନିରବିଛିନ୍ନତା ବିଦ୍ୟାର ଭାବକୁ

ତନ୍ତ୍ର ରୂପରେ ବୁଝାଏ ।


ଦଶମହାବିଦ୍ୟା ଅମୂଲ୍ୟ ସାଧନା

ନୀତିଗତ ସୂତ୍ରେ ବନ୍ଧା

ନୀତଗତ ଭାବେ ପାଳନ କରିଲେ

କଷ୍ଟୁ ମୁକ୍ତି ମିଳେ ସଦା ।


ଆଶ୍ୱିନ ମାସର ସୁନୀଳ ଆକାଶ

ସୁନିର୍ମଳ ଏଇ ଧରା

ଶକ୍ତି ଆରାଧନା ପୁଣ୍ୟ ମାସେ ହୁଏ

ଶକ୍ତି ପୀଠ ହରା ଭରା ।


ଜୀବନ ଆଧାର ଶକ୍ତିର ସଂଚ଼ାର

ଦଶ ମହାବିଦ୍ୟା କଥା

ଜୀବନ ବାର୍ତ୍ତାକୁ ଆହରଣ କରି

ହୋଇବା ଜଗତ ଜିତା ।


Rate this content
Log in

Similar oriya poem from Classics