Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ସାବିତ୍ରୀ

ସାବିତ୍ରୀ

1 min
243


   

ଦିନ ଏମିତି

  ସଧବା ସବୁ ସାବିତ୍ରୀହୋଇ

  ବ୍ରତ ରଖନ୍ତି 

  ସ୍ବାମୀଙ୍କୁ ସତ୍ୟବାନ ମଣି 

  ପୂଜା କରନ୍ତି ।

  ବାକି ତିନିଶହ ଚୌଷଠୀ ଦିନ

  ଚୌଷଠୀ ଯୋଗିନୀ ରୂପ ମହାନ

  ପାଦେପାଦେ ନିତି ଦାଉ ସାଧନ୍ତି ।

  ଗୋଟିଏ ଦିନ ବ୍ରତ ରଖନ୍ତି 

  ନିର୍ଜଳା ଉପାସ କରନ୍ତି 

  ଫଳ ଆହାର କରି ଦିନ କାଟନ୍ତି ।


  ସାବିତ୍ରୀ ମାନଙ୍କ ପ୍ରେମ ଉଜାଣି

  ଫଳ ଆହାର ସେ କରିବେ ଜାଣି

  ଫଳ ଦର ସବୁ ଆକାଶ ଛୁଏଁ

  ବେପାରୀ ବାପୁଡା ଭୂଆଁ ବୁଲାଏ

  ଆମ୍ବ କଦଳୀକୁ ଛୁଇଁ କି ହୁଏ ?

  ତାଳସଜ ଆମ୍ବ କସି ଖଜୁରୀ

  କସି ଲିଚୁ ଆଉ କଞ୍ଚା ସପୁରୀ

  ବିଧା ମାରି ମାରି ପଣଷ ପାଚେରେ

  କଞ୍ଚା କସି  ସବୁ ଏଇ ମହୁକାରେ

   ବଳେଇ ବଳେଇ ଚଳେଇ ଦିଅନ୍ତି

   ସଧବା ମାନେତ ବ୍ରତ ରଖନ୍ତି ।


   ମୋତେ ମିଛ ଭାଇ ତୁମକୁ ସତ

   ଧନ୍ୟ ଏହି ଆମ ସାବିତ୍ରୀ ବ୍ରତ ।

   ସୁଆଦିଆ ଫଳ ମନ ଲାଖି ଶାଢି

   ନହେଲେ ରୁଷନ୍ତି ଗୋଲାପ କଢି ।

   ବରଷକେ ଏହି ଗୋଟିଏ ଦିନ

   ସ୍ବାମୀ ସତ୍ୟବାନ ହୁଅନ୍ତି ଧନ୍ୟ ।

   ବର୍ଷକରେ ଥରେ ଖୁସି ହୁଅନ୍ତି 

   ବାକିଦିନ ବାବୁ ଭାଗ୍ୟ ନିନ୍ଦନ୍ତି ।

   ସାବିତ୍ରୀମାନେ ବ୍ରତ ରଖନ୍ତି ।

  

   ଏବରଷ କିନ୍ତୁ ସାବିତ୍ରୀମାନେ 

   ରହିଛନ୍ତି ସବୁ ବଡ ଚିନ୍ତାରେ

   ଲକ୍ ଡାଉନ୍ କଟକଣା ବଣା

   ଅମାନିଆ ଆଖି ହୁଏ ତିନ୍ତାରେ  ।

   ଶାଢୀ ଦୋକାନରେ ପଡିଛି ତାଲା

   ମନା ତ ଏସନ ବଜର ବୁଲା 

  ଭଲାରେ ଭଲା କରୋନା ଭଲା

  ଲଗାଇ ଦେଲୁ ତୁ ଇଏକି ପାଲା !

  ନୂଆ ଲୁଗା ବିନା ଏଡେବଡ ବ୍ରତ

  କହରେ କରୋନା ହେବ କେମିତି !   

   ସାବିତ୍ରୀମାନେ ବ୍ରତ ରଖନ୍ତି । 


Rate this content
Log in