Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Classics Inspirational Others

3  

Jayashree Maharana

Classics Inspirational Others

ସୁନା କଣ୍ଢେଇ

ସୁନା କଣ୍ଢେଇ

1 min
224



ଝିଅ ସିଏ ରତ୍ନଟିଏ ଦେବୀଙ୍କ ସ୍ୱରୂପ

କୋଟି ପୁଣ୍ୟଫଳ ସିଏ ସୃଷ୍ଟି ନିର୍ବିକଳ୍ପ ।


ଅମାପ ଆନନ୍ଦ ସ୍ରୋତ ପ୍ରୀତି ନିର୍ଝରିଣୀ

ଦରୋଟି କଥାରେ ତାର ହୃଦ ନିଏ ଜିଣି ।


କୋମଳ ଶରୀର ତନୁ ହସ ତା'ମୁକୁତା

ନିର୍ମଳ ନିଷ୍ପାପ ମନ ସର୍ବ ଦୁଃଖଜିତା ।


ବାପାମାଆଙ୍କର ରାଣୀ ସରଗର ପରୀ

ଚଞ୍ଚଳ ପାଦରେ ଘରେ ଖୁସି ଦିଏ ଭରି ।


କୁନି ତାରକାଟେ ସିଏ ଅମୂଲ୍ୟ ସମ୍ପତ୍ତି

ଶାନ୍ତିର ଅମୃତ ଘଟ ଶକ୍ତିର ମୂରତୀ ।


ଈଶ୍ୱରଙ୍କ ବରଦାନ ସମାଜର ଶିରୀ

ତା' ସରଳ ପଣେ ସତେ ଅରି ଯାଏ ହାରି ।


ସୁନା କଣ୍ଢେଇର ଏବେ ଖେଳିବା ବୟସ

କର ନାହିଁ କର ନାହିଁ ତା ଜୀବନ ନାଶ ।



Rate this content
Log in