STORYMIRROR

Ritika Das

Classics

3  

Ritika Das

Classics

ସେବା

ସେବା

1 min
136

ସେବା

ସମସ୍ତଙ୍କ ଖୁସି ଭାବେ ମୋର ଖୁସି 

    ବାସ୍ତବ ମଣିଷ ସିଏ

ନିଜ ଜିତାପଟ ପଛକୁ ପକାଇ 

    ଆନ ଜିତାପଟ ଚାହେଁ।

ନିଃସ୍ୱାର୍ଥ ମାନବ ସର୍ବ ଦେବପ୍ରିୟ

    ଆନ ଓଠେ ହସ ଭରି

ସର୍ବଜନ ଓଠେ ହସ ଟିକେ ଦେଖି 

    ଜୀବନ ସାର୍ଥକ କରି।

କିଏ ବା ନିନ୍ଦିବ କିଏ ପ୍ରଶଂସିବ

   ଦୁହେଁ ତ ଭଉଣୀ ଭାଇ

ତଥାପି ନିଃସ୍ୱାର୍ଥ ମାନବଟି ସଦା

   ଅଭୁଲାର ସ୍ମୃତି ହୋଇ।

ଯାହା ମୁଁ କରଇ ଯାହା ମୁଁ ଚିନ୍ତଇ

    ଜ୍ଞାତ ସର୍ବ ଶକ୍ତିମାନ

ମାନବ ସେବା ହିଁ ମାଧବଙ୍କ ସେବା

    ସଯତ୍ନ ଯା' ମନ ଧ୍ୟାନ।

ଚିର ନମସ୍ୟର ଉର୍ଦ୍ଧ୍ଵରେ ସେ ରହେ

    ଦେଖି ଆନ ଖୁସି ସୁଖ 

ଜଗତ ଜନଙ୍କ ଆଶୀଷ ଝରଇ

     ସ୍ରଷ୍ଟାଙ୍କ ପ୍ରସନ୍ନ ମୁଖ ।

ସମସ୍ତଙ୍କ ଖୁସି ନେଇ ଯିଏ ଖୁସି 

     ବିଶାଳ ହୃଦୟ ତା'ର।

ସ୍ରଷ୍ଟାଙ୍କର ଅଂଶ ସୃଷ୍ଟିର ପରଶ 

     ପୀୟୂଷ ଚିନ୍ତନ ଯା'ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ritika Das

ସେବା

ସେବା

1 min ପଢ଼ନ୍ତୁ

Similar oriya poem from Classics