STORYMIRROR

Rabindra kumar Sahoo

Abstract Classics

3  

Rabindra kumar Sahoo

Abstract Classics

ମୋ ଗାଁ

ମୋ ଗାଁ

1 min
245


 

ସେ ଗାଁ ନୁହେଁ

 ମୋ ମା'

ସୁଖ ଦୁଃଖର

 ଝଡ ଝଞ୍ଜାର

 ସେ ଜୀବନ ଜୀବିକାର ସାହା।

 ସେ ମୋ'ର ପରିଚୟ

 ସେ ମୋ'ର ଅଭ୍ୟୁଦୟ

 ସେ ମୋ'ର ଜୀବନର ଗୀତି

 ସେ ମୋ ଜୀବନର ସାଥୀ

 ଚିର ସ୍ମରଣୀୟା ମା' ।

 ପର୍ବପର୍ବାଣୀ, ପ୍ରିୟା ପ୍ରୀତିର

 ମୂକ ସାକ୍ଷୀ

 ବିବାହ, ବ୍ରତ, ମେଳା ମହୋତ୍ସବର

 ସେ ଅଟେ ମୂର୍ତ୍ତିମନ୍ତ ପ୍ରତୀକ

 ସେ ସଂସ୍କାର, ସଂସ୍କୃତି

 ସେ ପ୍ରିୟଜନମାନଙ୍କର

 ହସ ଲୁହର ପ୍ରିୟ ସାଥୀ

 ସେ କଳା, ସେ ସମୃଦ୍ଧି

 ସେ ଜୀଇଁବାର ଏକ ପଦ୍ଧତି

 ସେ ମାଟି, ସେ ମା'

 ସେ କାୟା, 

 ସେ ମମତାର ମାୟା

 ସେ ଆମ ସଭିଙ୍କର

 ଚିର ପରିଚିତ ସ୍ନେହମୟୀ,

 ସମୃଦ୍ଧମୟୀ ଗାଁ।

 ପରିବାର, ପରିବେଶ,

  ପୃଥିବୀ ସବୁର ପରିକଳ୍ପନା

 ସବୁ ଯୋଜନାର ଆଦ୍ୟ ସେହି

 ସବୁ ବିକାଶର ସ୍ବପ୍ନ ସେ ହିଁ

  ସେ ଆମର ପ୍ରକୃତି

 ସେ ଆମର ମୁକ୍ତି, ଶାନ୍ତି,

 ମୈତ୍ରୀ ର ନାଆଁ ।

 ଜଗତେ ନାହିଁ ଏମିତି ସ୍ଥାନ

  ଯା' ପାଇଁ କିଏ ହୋଇବ ନ୍ୟୁନ

 ସେ ସୃଷ୍ଟିର ବୈଚିତ୍ର୍ୟ

 ତା ପ୍ରେମେ ଯେ 

 ନ ହୋଇଛି ବାୟା

ସେ ଆମର ଚିର ସବୁଜ

 ଚିର ସୌନ୍ଦର୍ଯ୍ୟମୟୀ ମା'

 ସେ ଆମରି ଗାଁ ।

 ପ୍ରକୃତି ଓ ପରିବେଶ 

 ସବୁର ଅଟେ ସେ ଆରମ୍ଭ ଓ ଶେଷ

ସେ ଆମ ବିଶ୍ଵ, 

 ସେ ଆମ ପରିବେଶ

ସେ ଆମ ଚିର ବନ୍ଦନୀୟା ମା'

 ସେ ମୋ ଗାଁ

 ଜନମ ଜନମ ପାଇଁ

 ଯୁଗ ଯୁଗକୁ ରହିଛି ଓ ରହିଥିବ

 ତା ନାଁ ସେ ମୋ ପ୍ରିୟ ଗାଁ ।

 ସୁଜଳା ସୁଫଳା ଶସ୍ୟଶ୍ୟାମଳା

 ସେ ମୋ ପ୍ରିୟ ମା'

 ସ୍ନେହମୟୀ, ମମତାମୟୀ

 ଦେଶ ଜାତିର ମୂଳପିଣ୍ଡ

 ତା ପାଇଁ ଏ ସାରା ବିଶ୍ଵ ବ୍ରହ୍ମାଣ୍ଡ

 ସେହି ମୋ ପ୍ରିୟ ମୋ ମା

 ସେହି ମୋ ପ୍ରିୟ ଗାଁ।

 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract