Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Classics

4.0  

Pratap Chandra Mishra

Classics

ସ୍ଵାମୀ ପାଇଁ ମୋର ସାବିତ୍ରୀ ବ୍ରତ

ସ୍ଵାମୀ ପାଇଁ ମୋର ସାବିତ୍ରୀ ବ୍ରତ

1 min
169



ଜ୍ୟେଷ୍ଠ ଅମାବାସ୍ୟା ହିନ୍ଦୁ ପର୍ବ,

ପ୍ରେମ ସମର୍ପଣ ବଳିଷ୍ଠ ତପସ୍ୟା।

ସ୍ଵାମୀ ପାଇଁ ସହଧର୍ମିଣୀ ଙ୍କ ଭାବ ସମାହାର ,ସ୍ତ୍ରୀ ପାଇଁ ସ୍ଵାମୀ ହିଁ ସକଳ ଭରସା ଆଶା ।।


ଧର୍ମ ନିୟମ ର ବଳିଷ୍ଠ ପ୍ରମାଣ ,

କିମ୍ବଦନ୍ତୀ ଦେଇଛି ସାକ୍ଷୀ।

ସତ୍ୟବାନ୍ ଙ୍କ ପାଇଁ ସାବିତ୍ରୀ ଙ୍କ ବଳିଦାନ

ଜନ୍ତୁ ପତି ପାରିଲେନି ଉପେକ୍ଷି।।


ଆକୁଳ ବିନତୀ ବ୍ୟାକୁଳ ପ୍ରେମ,

ଅହରହ ସ୍ଵାମୀ ଙ୍କ ଜୀବଦାନ ଭିକ୍ଷା।

ସ୍ଵଳ୍ପ ଆୟୁ ସତ୍ୟବାନ୍ ଯମ ଫାସ ରେ ହୋଇଥିଲେ ଶକ୍ତ ବନ୍ଧା।।


ପାରିଲେନି ଜନ୍ତୁପତି ସତ୍ୟବାନ୍ ଙ୍କୁ ସାଥେ ନେଇ।

ସତୀ ସାବିତ୍ରୀ କଠୋର ବ୍ରତ ପାଳିଥିଲେ, ସତ୍ୟବାନ୍ ଙ୍କୁ ଜୀବିତ କରିବା ପାଇଁ।।


ସେହି ଅନୁଚିନ୍ତା ହିନ୍ଦୁ ନାରୀ ହୃଦେ,

ଅସୀମ ପ୍ରେରଣା ପ୍ରେମ ପୂଜା,

ସାବିତ୍ରୀ ଆସିଲେ ପବିତ୍ର ଚିତ୍ତରେ ସ୍ତ୍ରୀ ସ୍ଵାମୀ ଙ୍କ ହିତେ ପୂଜି ବଢାଏ ସୁଦୀର୍ଘ ଜୀବନ ଉର୍ଜା।।


ନୂତନ ବସ୍ତ୍ର, ଶଙ୍ଖା, ସିନ୍ଦୂର , ଅଳତା ଶୁଦ୍ଧ ପବିତ୍ର ମନ।

ସପୁରୀ,ନଡ଼ିଆ,ତାଳ,ଖଜୁରୀ, ପଣସ,ଆମ୍ବ, ସେଓ ନାନା ପ୍ରକାର ବ୍ୟଞ୍ଜନ।।


ଉପବାସ ରହି ନୀରବ ସାଧନା ନୂଆଁ ଶାଢ଼ୀ ପରିହିତା,

ସଧବା ନାରୀ ପ୍ରଥମେ ଲକ୍ଷ୍ମୀ ନାରାୟଣ ଙ୍କୁ ଭକ୍ତି ଭାବ ରେ ପୂଜେ ଯଥା।।


ସାବିତ୍ରୀ ମାଙ୍କ ଚେତନା ଜଗାଇ ପରଷେ ପ୍ରସ୍ତୁତ ବ୍ୟଞ୍ଜନ ।

ସତ୍ୟବାନ୍ ସାବିତ୍ରୀ ଉପାଖ୍ୟାନ ପଢ଼ି ହରଷେ କରେ ପୂଜନ।।


 ପୂଜା ପରେ ଯାଇ ଗୁରୁ ଗୁରୁଜନ ଆଶିଷ ଭିକ୍ଷା ମାଗଇ।

ତତ୍ ପଶ୍ଚାତ୍ ସ୍ବାମୀ ପାଦ ପୂଜି ପାଦ ଦୋକ ତୁଣ୍ଡେ ଦେଇ ।।


ହରଷ ଚିତେ ସାବିତ୍ରୀ ଉପବାସ ସ୍ତ୍ରୀ ପାଳେ ଯେବେଠାରୁ ଧରିଛି ସ୍ଵାମୀଙ୍କ ହାତ।

ସମର୍ପଣ ଭାବ ଦୀର୍ଘ ଆୟୁ ଲୋଡ଼ି ସ୍ତ୍ରୀ ପୂଜି ଥାଏ ସ୍ବାମୀ ଙ୍କ ପାଇଁ ମୋ ସାବିତ୍ରୀ ବ୍ରତ।।


Rate this content
Log in