ମିଛ ନୁହେଁ ମୁଁ ସତଟିଏ ବୁଦ୍ଧଦେବ
ମିଛ ନୁହେଁ ମୁଁ ସତଟିଏ ବୁଦ୍ଧଦେବ


ମିଛ ନୁହେଁ ମୁଁ ସତଟିଏ
ଅଚ୍ୟୁତାନନ୍ଦଙ୍କ ଲେଖାଟିଏ,
ଶତ ଶତ ବର୍ଷ ପୂର୍ବରୁ ଅଚ୍ୟୁତ
ଲେଖିଛନ୍ତି ଏହି କଥାଟିଏ |
ମିଛ ନୁହେଁ ମୁଁ ସତଟିଏ.............||0||
ମାଳିକାରେ ଲେଖା ଭୂତାଣୁ ଆସିବ
ସଙ୍ଗରୋଧେ ସବୁ ଘରେ ରହିବ |
ଗୋରୁ ଗାଈ ଯେହ୍ନେ ମୁଖେ ତୁଣ୍ଡି ବାନ୍ଧି
ନିଜ ଘରେ ନିଜେ ହୋଇବ ବନ୍ଦୀ |
ଦୂରଦୃଷ୍ଟି ଥିବା କବିଟିଏ ସିଏ
ମାଳିକାରେ ଲେଖିଛନ୍ତି ଯିଏ.....
ମିଛ ନୁହେଁ ମୁଁ ସତଟିଏ.................||1||
ବାତ୍ୟା ପରେ ବାତ୍ୟା ଏ ଝଡ଼ ପବନ
ଆସିବ ବୋଲି ଅଛି ତା ପ୍ରମାଣ |
ବାଇଶି ପାହାଚେ ଖେଳିବ
ଯେ ମୀନ
ମାଳିକା ବଚନ ନ ହୋଇବ ଆନ |
ପଞ୍ଚସଖା ମଧ୍ୟେ ସଖାଟିଏ
ଆଗତ ଭବିଷ୍ୟ ଲେଖିଛନ୍ତି ଯିଏ......
ମିଛ ନୁହେଁ ମୁଁ ସତଟିଏ...................||2||
ଏମିତି ଦିନ ଭବିଷ୍ୟତେ ଆସିବ
ନିଜ ସମ୍ପର୍କୀୟ ଶବ ଛୁଇଁବ |
ହାତେ ମାପି ସବୁ ଦୂରେଇ ରହିବ
ଦୁଃଖୀ ଜନଙ୍କର ସାହା ନ ହୋଇବ |
ଅସୁରକୁ ବାଟେ ଜ୍ଞାନ ଦେଇ
ତାକୁ ଗୁଣ୍ଡିଚାକୁ ଆଣିଥିଲେ ଯିଏ.....
ମିଛ ନୁହେଁ ମୁଁ ସତଟିଏ
ଅଚ୍ୟୁତାନନ୍ଦଙ୍କ ଲେଖାଟିଏ.......||3||