STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ଦଶ ମାସ ଛୁଟି

ଦଶ ମାସ ଛୁଟି

1 min
200

ମେନକା ସକାଳୁ ସକାଳୁ ପ୍ରସ୍ତୁତ ହେଲା ସାଇକଲଟି ଧରି ବାହାରିଲା ।ବାଟରେ ଆଉସବୁ ସାଙ୍ଗ ମାନେ ଆଗପଛ ସାଇକେଲ ବାହି ସଡ଼କ ଉପରେ ଚାଲୁଥାନ୍ତି ।କେତେ ଆନନ୍ଦ ମନରେ ମୁହଁରୁ ଜଣାପଡେ ।ବାଟରେ ଯାଉଥିବା ଲୋକମାନେ ଆଡେଇ ହୋଇ ଦେଖୁଥାନ୍ତି ସେମାନଙ୍କ ଦଳକୁ ।ଝିଅମାନେ କଲେଜ ଗଲେ ଖୁସି ଲାଗେ ।


ପଛରୁ ଦଳେ ପୁଅ ପିଲା ତାଙ୍କୁ ପିଛା କଲା ପରି ସାଇକେଲ ଚଳେଇ ଆସୁଥାନ୍ତି । ମେନକା ପଛକୁ ଚାହିଁଲା ।କହିଲା ଦେଖବେ ରାକେଶ, ଅଶୁମାନ, ଶୁଭ୍ରାଂଶୁ ଆଉ କେତେକ ଆମ ପିଛା କରୁଛନ୍ତି । ସବୁ ଝିଅମାନେ ସାଇକେଲ ଚଲାଉ ଚଲାଉ ପଛକୁ ଦେଖିନେଲେ ।ବିଦୂତ କହିଲା, ଦଶମାସ ଧରି ଆମକୁ ଦେଖିନାହାନ୍ତି ତ ' ସମସ୍ତେ ହସିଲେ । ମେନକା କହିଲା, ବିଦୂତ ଠିକ କଥା କହିବାକୁ ପଛାଏ ନାହିଁ ।ନା ବେ ତୁ କଣ ଘରେ ଲୁଚି ରହିଥିଲୁ କି? ସୀମା କହିଲା, ଆବେ ଝିଅଙ୍କ ଦଳ ଦେଖିଲେ ତାଙ୍କର ନାଳ ଗଡେ ।ପୁଣି ଦଳଟା ଯାଙ୍କ ହସିଲେ ।ବିଦୂତ ର ଯେଉଁ କଥା ।ଜୟା କହିଲା । ପୁଅ ପିଲା ମାନେ ପାଖା ପାଖି ହୋଇଗଲେ । କିଏ ଜଣେ ପୁଅଙ୍କ ଭିତରୁ କହିଲା, ଟିକେ ଧୀରେ ଧୀରେ ଚାଲୁ । ଆଉ ଜଣେ ପୁଅ ପିଲା କହିଲା, ଘରେ ବସି ଥିଲେ, ଏବେ ବଳ ଯାଙ୍କ କସୁଛନ୍ତି ।ପଛକୁ ବିଦୂତ ଚାହିଁ କହିଲା, ତୁମ ବଳ ଯାଙ୍କ କୁଆଡେ ଗଲାକି? ତୁମେ କଣ ନଈରେ ପୋଲ୍ହ ବାନ୍ଧୁଥେଲ?କିଏ ଜଣେ ପୁଅପିଲା କହିଲା,  ତୁଣ୍ଡି ଦେଇ ଘରେ ବସିଥେଲେ । ଆଉଜଣେ କହିଲା, ବିଦୁ ଘରେ ଖାଲି ହାତ ଧୋଇ ଧୋଇ  ଭାତ ଖାଉଥିଲା ।ହଁ ତୁ ଦେଖିଥେଲୁ, ବିଦୁ କହିଲା ।କାଳେ କରୁଣା ଗ୍ରାସିଯିବ ଓନି ମୁଣ୍ଡରେ ପକାଇ ଲୁଚି ବସୁଥିଲା ।ସବୁ ପୁଅ ପିଲା ହସିଲେ ।ବିଦୁ କହିଲା, ଆବେ ନିର୍ମଳ ତୁମ ପଡା ରେ କିଏ କରୋନାରେ ଚାଲିଗଲା ।କାହିଁ ନାହିଁତ? ନିର୍ମଳ କହିଲା, ହଁ ତାକୁ କରୋନା ନୁହେଁ, ସେ ହାଟ ଆଟ୍ଟାକ ରେ ମରିଗଲା ।ଆଉଜଣେ ସାଙ୍ଗ କହିଲା, ଆବେ ଏସମୟରେ ଯିଏ ମଲା, ତାକୁ କରୋନାରେ ଗଲା ବୋଲି କହିଲେ ।କରୋନା ଗୋଟିଏ ଭୟ ଚାଡ଼ିଆଡେ ହାଲା ଝିଅମାନେ କଲେଜ ପାଖା ପାଖି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action