STORYMIRROR

Kalandi pal

Abstract

4  

Kalandi pal

Abstract

ଦଶ ଭୁଜେ

ଦଶ ଭୁଜେ

1 min
231


ବିଛୁରିତ ହୋଇ ଡାକେ ଗଙ୍ଗ ଶିଉଳି

ନଦୀ ପଠା କାଶତଣ୍ଡି ପଡେ ଉଛୁଳି

ଶୁଭ୍ର କଇଁ ବିକଶିତେ ଅପୂର୍ବ ଶିରୀ

ଆସ ଆସ ଦୁର୍ଗା ମାଆ ଆସ ଅବତରି ।।


ବ୍ରହ୍ମା ବିଷ୍ଣୁ ଶିବ ଯା'ଙ୍କୁ ସଙ୍କଟ ବେଳରେ

ଆବାହନ କରିଥାନ୍ତି ତୋର ଚରଣରେ

ସବୁ କଷ୍ଟ ସହି ମାତ ଜଗତ ଉଦ୍ଧରି

କାଳେ କାଳେ ରହିଛି ମା ତୋ ଯଶ ଶିରୀ ।।


ଗୋଟିଏ ମହିଷ ବଧିଥିଲୁ ତୁହି ଦିନେ

ଅସଂଖ୍ୟ ମହିଷା ଜନ୍ମ ନେଲେ ଧାରା ଧାମେ

କଳ୍ମଷରେ ଗଲା ଭରି ତୋ ହାତ ତିଆରି

ଏ ଧରା କାନ୍ଦୁଛି ଆଜି ଗୁମୁରି ଗୁମୁରି ।।


ଯୁଗେ ଯୁଗେ ଉଦ୍ଧରିଛ ରାକ୍ଷସ କବଳୁ

ଅଧର୍ମକୁ ନାଶି ଧର୍ମ ସ୍ଥାପନା ତୁ କରୁ

ନର ରୂପୀ ରାକ୍ଷସଙ୍କୁ ଦେଏ ନାଶ କରି

ଦଶ ଭୁଜେ ଅସ୍ତ୍ର ଧରି ଆସ ଅବତରି ।।


Rate this content
Log in

Similar oriya poem from Abstract