ଦୃଶ୍ୟ ଅଦୃଶ୍ୟ
ଦୃଶ୍ୟ ଅଦୃଶ୍ୟ
ଅନେକ ଦିନ ପରେ ମୁଁ ଆସିଚି
ତୁମର ଏ ସାହିତ୍ୟ ସଭାକୁ
ଦେଖିବାକୁ
ଶୁଣିବାକୁ
ତୁମସଭିଙ୍କୁ ।
ଅନେକଙ୍କୁ ଦେଖିଲି
ଶୁଣିଲି
ଅନେକ ତରଙ୍ଗାୟିତ ମୋ ମାନସେ
ଅନେକ ଲଟ୍ କିଛନ୍ତି
ସଭାସମୁଦ୍ର ମଧ୍ୟଭାଗରେ
ଦୋଳାୟନ ତରଂଗରେ
ସୂର୍ଯ୍ୟଙ୍କ ଜେଲ୍ ଭିତରେ ।
ପରନ୍ତୁ ,ମୁଁ ଦଣ୍ଡାୟମାନ ସର୍ବସମ୍ମୁଖରେ
ମୋ ଆଖିରେ
ଧାଡିଧାଡି ନାରୀ ଓ ପୁରୁଷ କବି
ଧାଡିଧାଡି ଶୃତା ଆଉ ବକ୍ତା
ମୁଁ ଦେଖୁଛି ।
ଦେଖୁଚି ଜହ୍ନ ତାରା ସନ୍ଧ୍ୟା ରୁ ସକାଳ
ସୂର୍ଯ୍ୟଙ୍କୁ ସନ୍ଧ୍ୟାରୁ ସକାଳ ବିନା
ଆଉ ସବୁ ସମୟରେ ।
ଦେଖିଛି ମୋ ବୋଉକୁ
ମୋସ୍କୁଲ ବେଳେ
ମୋତେ ବିଚ୍ଛା ଟେ ଦଂଶିଦେଲା ,
ବେଶି ଯନ୍ତ୍ରଣା ହୋଇଥିଲା ତାହାଙ୍କୁ ।
ଦେଖିଚି, ବେଙ୍ଗ ମା' ସେବତୀ ବୁଢିକୁ
ଟାଇଁ ଟାଇଁ ଖରାରେ
ମହୁଲ ବଣରେ
ଖାଲିପାଦରେ ,
ଢୋ ଢୋ ବର୍ଷା ଆଉ ବା'ବତାସରେ
ମଝିଦାଣ୍ଡରେ
ଚିରାଫଟା ଓଦା ବସ୍ତ୍ରରେ ,
ହାଡଭଙ୍ଗା ଶୀତରେ
ନିଆଁ ପାଖରେ
ଛିଣ୍ଡାକନା ଢାଙ୍କୁଣିରେ ।
ମୁୁଁ ଦେଖିଛି ମୋ ସ୍ତ୍ରୀ ସଞ୍ଜନାର
ପରଶ୍ରୀ କାତରତାକୁ
ତା ଉଲଗ୍ନ ଶରୀରକୁ ।
ରେଡ୍ ରୋଜକୁ
ତା' ବର୍ଷା ଭିଜା ରଂଗିଲା ଯୌବନକୁ
ହରିଣୀ ଆଖିକୁ ଓଠଚାପା ହସକୁ
କାକରଭିଜା ଖିରିଆ ଜହ୍ନ ଆଲୁଅରେ
ତା'ଅର୍ଦ୍ଧ ଲଗ୍ନ ଦେହକୁ ।
ପରନ୍ତୁ ମୁଁଯମାରୁ ଦେଖିନି
ଈଶ୍ୱରଙ୍କୁ ବବ୍ ହ୍ୱାଇଟ୍ କୁ
ନୃତ୍ୟାଙ୍ଗନା ମୟୁରୀକୁ
ଜୁଇରେ ଶୋଇ ନୃତ୍ୟ କରୁଥିବା
ମଣିଷକୁ
ଡାଇନୋସୋର କୁ ।

