ଦରଶନ ଅଭିଳାଷୀ
ଦରଶନ ଅଭିଳାଷୀ
ଦରଶନେ ତୁମ, ମୋ ନ୍ୟୁନ ଚକ୍ଷୁ ମାନ
ପବିତ୍ର ହୋଇଲା ମୋ କଳୁଷିତ ମନ ।
କଳନା ନାହିଁ ତୁମ୍ଭ ଚରିତ ଚିତ୍ର ର
ବିଶାଳତା ତୁମ ହୃଦୟ ସିନ୍ଧୁର ।
ସୃଷ୍ଠି ସୃଜନ ର କରତା ବିଧାତା
ଜଗ ବନ୍ଧୁ ଆହେ ମୋ ଜଗତ ଜିତା ।
ଅପୂର୍ବ ଭାଣ୍ଡରୁ ଯେ ସମ୍ଭାର ଘେନି
ପଦ୍ମ ସିଂହାସନେ ଭ୍ରାତା ଭଗିନୀ ଘେନି ।
ମନ ମୋହକର ଶୃଙ୍ଗାରେ ସଜ୍ଜିତ
ଦେହେ ଶୋଭନୀୟ ଅଳଙ୍କାରଭୂତ ।
ନିତ୍ୟ ଆନ୍ଦୋଳିତ ହୃଦୟ ର ସ୍ଥିତ
ପବିତ୍ର ତୁମର ଭାବ ଧାରାମୃତ ।
ବାହୁ ଦ୍ୱୟ ତୁମ ମେଲାଇ ଦେଇ ହେ
ହସ୍ତେ ଶଙ୍ଖ ଚକ୍ର ଗଦା ପଦ୍ମ ବହି ହେ ।
ଅଙ୍ଗେ ଅଙ୍ଗେ ତୁମ କଜ୍ଜଳ ପୂରିତ
ପରିକଳ୍ପନା ଯେ ନୁହଁଇ ସୀମିତ ।
ଅସୀମ ହୃଦୟ କରୁଣେ ପୂରିତ
କୃପାମୟ ତୁମେ ଜୀବନ ସଙ୍ଗୀତ ।
ନାମ ସଙ୍କୀର୍ତ୍ତନେ ଉତ୍ସଗିତ ମୁହିଁ
ଏ ଭବ ସାଗରୁ ମୋକ୍ଷ ପ୍ରାପ୍ତି ପାଇଁ ।
ଜଗମୋହନ ହେ ଜଗତ ଗୋସାଇଁ
ତୁମ ଆଶିଷ ର କୃପା ଭିକ୍ଷା ପାଇଁ ।
ଦିବସେ ରଜନୀ ପ୍ରାତଃ ପ୍ରଦୋଷେ ମୁହିଁ
ଭଜୁଥିବି ତୁମ ନାମ ଗାଈ ଗାଈ ।
ଆଶେ ଆସିଅଛି ତୁମ ପାଶେ ସାଇଁ
ହେ ବନ୍ଧୁ ମୋର ଅନେକ ଆକାଂକ୍ଷା ନେଇ ।
