suchismita Sahu

Tragedy

3  

suchismita Sahu

Tragedy

ଦୋଷ

ଦୋଷ

1 min
169


ବିନା ଦୋଷେ ଆଜି ଦଣ୍ଡ ଦେଇଗଲୁ

କ୍ଷଣକେ କରିଲୁ ପର

ହଠାତ ଘର ନିଶବ୍ଦ ହୋଇଲା

ହଜି ଯାଇଛି ତୋ ସ୍ୱର

ମୃତ୍ୟୁକୁ କରି ନିଜର ସାଥି

ତା କୋଳରେ ଆଶ୍ରୟ ନେଲୁ 

ମଝି ଦରିଆରେ ଆଣି ଆମକୁ

ଠକିଦେଇ ଚାଲି ଗଲୁ

ଭାବିଲୁନି ଥରେ

ଆମେ ଦୁହେଁ ନିରୀହ ପକ୍ଷୀ

ଏ ଯାଏ ଶିଖିନୁ ଉଡ଼ା

କଣ ଆଉ ସମ୍ଭବ ହେବକି

ଆମ ପାଇଁ

ତୋର ପଥବାହୁଡା଼

କହିଲୁ ଥରେ କାହା ଘରେ ନାହିଁ

କଳି ଝଗଡା

ଛୋଟିଆ ବୁଝା ମଣାଟେ ପାଇଁ 

ଆଜି ଆମେ ହେଲୁ 

ଏତେ ଅଲୋଡ଼ା

କେମିତି ରହିବୁ ତୋହରି ବିନା

ବଂଚିବାକୁ ଜମା ଇଚ୍ଛା ହୁଏନା

ସମ୍ଭାଳି ବାକୁ କେହି ନାହିଁ

କାହା ପାଖେ କରିବୁ

ଆମେ ବାହାନା

କିଏ ଖାଇବାକୁ ଦେବ ଆମକୁ

କିଏ ପଠେଇବ ସ୍କୁଲ

କିଏ ଆମ ଦୋଷ ଘୋଡ଼େଇବ

କିଏ କ୍ଷମା କରିଦେବ କରିଲେ ଭୂଲ

କିଏ ଶୁଆଇବା ଗୀତ ଗାଇକି

କରି କରିବ ଆମକୁ ଗେଲ

ଯେତେ ଯିଏ ସ୍ନେହ କରିଲେବି

କେହି ହେବେ ନାହିଁ

ତୋହର ତୁଲ୍ୟ

ଭୂଇଁରେ ଦେଖି ତୋହରି ଶରୀର

ଫାଟି ଯାଉଛି ଆମ ଛାତି

ବଞ୍ଚିବୁ କେମିତି ତୋ ବିନା

କାଇଁ ଆସିଲା ଆମ ଜୀବନେ

ଏ କାଳ ରାତି

ଉଠିଯା ମା ନକରି ଡେରି

ଫେରି ଆସେ ତୁ ମୃତ୍ୟୁ କୋଳରୁ

ପୁଣି ଥରେ ଆଲିଙ୍ଗନ କର

ମୁକ୍ତ ହୁଅନାହିଁ ଏ ବନ୍ଧନରୁ ।


Rate this content
Log in

Similar oriya poem from Tragedy