STORYMIRROR

Chittaranjan Nanda

Abstract Others

3  

Chittaranjan Nanda

Abstract Others

ଦୋଷ ଦେବେନି ମୋତେ

ଦୋଷ ଦେବେନି ମୋତେ

1 min
122


ପ୍ରତ୍ୟେକ ଗାଁରେ, ରାସ୍ତା କଡରେ, ସହରର 

ଗଳି ଭିତରେ ଦେଖେ କେତେ ମନ୍ଦିର

ଲାଞ୍ଚ ମିଛରେ ଚାଲିଛି ଏ ସଂସାର, ପ୍ରିୟାପ୍ରୀତି 

ପୋଷଣ ହୁଏ ତ ମଣିଷର ଗଳାହାର ।୧।


ମନ୍ଦିର ବେଢ଼ାରେ ଧର୍ଷଣକାରୀ, କଳାବଜାରୀ, 

ଲାଞ୍ଚୁଆ, ମିଛୁଆ, ରାଜନୀତିଆ ଯେତେ

ଅବୁଝା ମନଟା ମୋର ବୁଝୁନି, କଅଣ ଶିଖୁଛନ୍ତି 

ଏକ ହୋଇତ ଝୁରନ୍ତି ତୋତେ ।୨।


ଖାଇବାକୁ ମୁଠେ ଅବଢା ତୋହର ମନ୍ଦିର 

ଭିତରେ ବଳାଏ ତ ମନ ମୋର

ମନ ମଧ୍ୟେ ଆଚ୍ଛାଦିତ କରେ କେତେ ବେପାର 

ମୁହୂର୍ତ୍ତର ଅନୁଭୂତି ମନ୍ଦିର ଭିତର ।୩।


ସବୁର ହିସାବ ଏଠାରେ ଦେବା ସମୟ ସାପେକ୍ଷ 

ପ୍ରତି ମୁହୂର୍ତ୍ତର ଅନୁଭୂତି ନା ନା ପ୍ରକାର

କିନ୍ତୁ କିଛି ସ୍ମୃତି କିଛି ଅନୁଭୂତି ଆନନ୍ଦ ଭରିଛି

ଲିପିବଦ୍ଧ ହୋଇ ରହିଛି ମାନସପଟର ।୪।


ମନଟା ନିର୍ମଳ, ବିଶ୍ୱାସ ରହିଛି, ଯୁଆଡକୁ ଗଲେ 

ତୋ ମୁହଁ ଦିଶୁଛି ମୋତେ

ପାଇବାକୁ ଅବଢା, ଟଙ୍କ ତୋରାଣି ମନେ ଥିଲେ ବି 

ମନ୍ଦିର ଯାଏନା, ଦୋଷ ଦେବେନି ମୋତେ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract