ଦଣ୍ଡିବା ଶକ୍ତି ଯାର ଥାଇ
ଦଣ୍ଡିବା ଶକ୍ତି ଯାର ଥାଇ
ଦଣ୍ଡିବା ଶକ୍ତି ଯାର ଥାଇ
ସେ ପୁଣି କ୍ଷମା ଆଚରଇ।
ଭଣ୍ଡିବା ଗୁଣ ଯାର ହୃଦେ
ତଣ୍ଡିବା ଭାବ ଯେ ଆମୋଦେ।
ଭାଣ୍ଡ ପୁରେନା ଚଞ୍ଚକରେ
ଦାଣ୍ଡରେ ଡାକନ୍ତି ଆତୁରେ।
କାଣ୍ଡ ଶରରେ ଦଣ୍ଡା ଧରି
ଭଣ୍ଡାନ୍ତି ଜଗତେ ନିସ୍ତାରି।
ଦଣ୍ଡ ବିଧାନ ହୁଏ ପ୍ରଣିଧାନ
ଶକ୍ତି ସାମର୍ଥ୍ୟ ସୌହାର୍ଦ୍ଦ୍ୟରେ
ଯେ ଦଣ୍ଡେ ଦାଣ୍ଡରେ ବିଚାର ଆଧାରେ
ଦଣ୍ଡିବା ଗୁଣ ଅନୁକ୍ଷଣ ।
କ୍ଷମା ଦୟା ଭାବ ରଚନ୍ତି ସ୍ଵଭାଵ
କ୍ଷମିତ କ୍ଷମା ଗୁଣରେ
ଯାର ହୃଦେ କ୍ଷମା ଜୀବନ ଉପମା
ସଦଗୁରୁ ସଦଭାବ ।
ଆର୍ଯ୍ୟ ଭୂମି ଏଇ ଭାରତ ମାଟିରେ
ନାହିଁ କଳୁଷ କାଳିମା
ଶତ୍ରୁ ନୁହେଁ କେହି ଏ ବୀର ଭୂଇଁ ରେ
ନୁହେଁ କେହି ହୀନମନା ।
ସମ୍ପର୍କ ସବୁରି ଧରିଛି ଜାବୁଡି
କ୍ଷମା ଗୁଣେ ଅଧିକାରୀ
ଦଣ୍ଡିବା ଶକତି ଭରିଦିଏ ପ୍ରୀତି
ଅନେକ ଗୁଣର ଧାରୀ ।
ଭାଇଚାରା ଭାବ ରଖନ୍ତି ସ୍ଵଭାଵ
ସକଳ ଆଶା ଭରି ଚିତ୍ତେ
କ୍ଷମା ର ଦୁଆର ଉନ୍ମୁକ୍ତ ସର୍ବଦା
ଜୀବନ ସଂଗୀତ ଆଗତେ ।
ସେ କଳାଠାକୁର ରହିଛନ୍ତି ଚାହିଁ
ଦେବାକୁ ସାଯୁଜ୍ୟ ମୁକ୍ତି
ଦଣ୍ଡିବା ଗୁଣରେ ଦଣ୍ଡ ଦେବା ପାଇଁ
ମାଗୁଛି ମୁଁ ମୁଠେ ଶକ୍ତି ।
ସତ୍ୟ ତ୍ରେତା ଯୁଗେ ଦ୍ୱାପର କଳିରେ
ସେହି ଏକା ସିନା ମୋର
କ୍ଷମା ଦେବ ପ୍ରଭୁ କ୍ଷମିତ କି ଅବା ?
ଦଣ୍ଡିବା ଗୁଣ ଅଛି ଯାର।
ଭାଗବତ ପାଠ ପଠନରେ ଭ୍ରାନ୍ତ
ଶାଠରେ ଜୀବନ ଭରା
ଦଣ୍ଡିବା ଗୁଣଟି. ମଣ୍ଡିବାକୁ ଯଥା
ପଣତରେ ଯେ ପସରା ।
ବିବେକ ପଣିଆ ଦି ଦିନ କୁଣିଆ
ଅଢେଇ ପହର ବେଳ
ସକାଳ ରୁ ସଞ୍ଜ ଦିବ୍ୟ ଆତ୍ମ କୁଞ୍ଜ
ଧ୍ୟେୟ ହେଉ ସାଧୁ ମେଳ।
ଦଣ୍ଡିବା ଶକ୍ତି ଯାର ଥାଇ
ସେ ପୁଣି କ୍ଷମା ଆଚରଇ ।
ଭାଣ୍ଡରେ ପୂର୍ଣ୍ଣ ଭାବ ଭକ୍ତି
ମିଳଇ ଜୀବନେ ମୁକତି।
ଆଶ୍ରିତ ହେବାକୁ ବିନ୍ଦୁରେ
ସ୍ଥିତ ପ୍ରବର ବିଜ୍ଞ ବାରେ ।
ଅଜ୍ଞାନ ନାଶ ହେବ ନିଶ୍ଚେ
ଦଣ୍ଡିବା ଶକ୍ତି, କ୍ଷମାବସେ।