STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ଦିନେ ନିଶ୍ଚେ ହେବା ଆମେ ବଡ଼

ଦିନେ ନିଶ୍ଚେ ହେବା ଆମେ ବଡ଼

1 min
292

     ବାଟ ସାରା ଯେତେ

      ବାଧା ଅସୁବିଧା ସହି

     ସବୁ ଭୁଲି ନିଜେ

      ସାଗରେ ମିଶିବ ବୋଲି

     ଦେଖ ତଟିନୀ ଯାଉଛି ବହି ।। 


     କାଟି ଅନ୍ଧକାର

      ଉଚ୍ଚ ପରବତ ଡେଇଁ

     ସୂରୁଯଟି ନିଜେ 

      ଧରାକୁ ଦେଖିବ ବୋଲି

     ଦେଖ ଆସୁଛି ଆଲୋକ ନେଇ ।। 


     ଭାଙ୍ଗି ସୁଖ ନିଦ

      ବଡ଼ି ସକାଳରୁ ଉଠି

     ଖୁସି ଖୁସି ନିଜେ

      ମହକ ବୁଣିବ ବୋଲି

     ଦେଖ କୁସୁମ ଯାଉଛି ଫୁଟି ।। 


     ଖାଇ ଟାଣ ଖରା

      ନିଦାଘରେ ଶୁଖି ଫାଟି

     ଦେଶ ପାଇଁ ନିଜେ

      ସୁନା ଅଜାଡ଼ିବ ବୋଲି

     ଦେଖ ଫସଲ ଫଳାଏ ମାଟି ।। 


     ଖସୁଛି ପଡୁଛି

      ନ ଥକି ଯାଉଛି ଉଡ଼ି

     ନିକଟରୁ ନିଜେ

      ଆକାଶ ଦେଖିବ ବୋଲି

     ଦେଖ ପବନେ ଭାସୁଛି ଗୁଡ଼ି ।। 


     ତେଣୁ ଆସୁ ବାଧା

      ଅବା ଯେତେ ଝଞ୍ଜା ଝଡ଼

     ଭଲ କାମେ ଯେବେ

      ଲାଗିଥିବା କରି ପଣ

     ଦିନେ ନିଶ୍ଚେ ହେବା ଆମେ ବଡ଼ ।। 



Rate this content
Log in

Similar oriya poem from Inspirational