STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ଦିନେ ମଶାଣି କାନ୍ଦିବ

ଦିନେ ମଶାଣି କାନ୍ଦିବ

1 min
2

#ଦିନେ_ମଶାଣି_କାନ୍ଦିବ

ଦିନେ ମଶାଣି କାନ୍ଦିବ..!!

ମଣିଷ ଜୀବନରୁ ଯେବେ ଲଭିବ ମୃତ୍ୟୁ,

ଦୟା-କ୍ଷମା, କରୁଣା-ଉଦାରତା ଓ

ସ୍ନେହ-ଶ୍ରଦ୍ଧା, ପ୍ରେମ-ପ୍ରଣାମର ଭାବ,

ଦିନେ ମଶାଣି କାନ୍ଦିବ..!!

ଯେବେ କ୍ଷୟ ହେବ ସମାଜରୁ ସରଳତା,

ହ୍ରାସ ହୋଇଚାଲିବ ଧର୍ମରେ ମାନବତା ଓ

ଯେବେ ଦିବ୍ୟତା-ଭଵ୍ୟତା ସଂସ୍କୃତିରୁ ହଜିବ,

ଦିନେ ମଶାଣି କାନ୍ଦିବ..!!

ଆତ୍ମାର ସାଧନା ଯେବେ ହେବ ଦୂଷିତ,

ଛଳହୀନ ମନ ଓ ହୃଦୟର ସୈାନ୍ଦର୍ଯ୍ୟକୁ

ମଣିଷ ଯେବେ ଶରୀର ମଧ୍ୟରେ ଖୋଜିବ,

ଦିନେ ମଶାଣି କାନ୍ଦିବ..!!

ଯେବେ ମିଥ୍ୟା-ଛଳନା ବସିବେ ସିଂହାସନେ

ନିଷ୍କପଟୀ ମଣିଷ ମାନଙ୍କ ନୟନରୁ

ଯେବେ ପୂଣ୍ୟର ଲୁହ ଗଡ଼ିମଧ୍ୟ ଓଠ ହସୁଥିବ,

ଦିନେ ମଶାଣି କାନ୍ଦିବ..!!

ଯେବେ ପାପୀମାନେ ମୁକ୍ତରେ ପିନ୍ଧିବେ ମୁକୁଟ ଓ

ସଭ୍ୟ ମାନଙ୍କ ଠାରୁ ହଜିଯାଇଥିବ ସଭ୍ୟତା,

ଯେବେ ଅପବିତ୍ର ଦେହର କୀଟ ଗୁଡିକ

ସମାଜର ପବିତ୍ର ମନ ଓ ଆତ୍ମାକୁ ଗ୍ରାସିବ।

©© ଦେବବ୍ରତ ମିଶ୍ର

ତା ୦୮.୦୯.୨୦୨୪


Rate this content
Log in

Similar oriya poem from Abstract