STORYMIRROR

Golak Bihari Sahoo

Comedy Children

4  

Golak Bihari Sahoo

Comedy Children

ଦିଲ୍ ଖୁସ୍ ର କାଈ ଚୋଟ

ଦିଲ୍ ଖୁସ୍ ର କାଈ ଚୋଟ

2 mins
227


ବହୁ ଦିନ ପରେ ଚା’ ଦୋକାନରେ

     ଛୋଟା ଭାଇ ସଙ୍ଗେ ଦେଖା,

ପଚାରିଲି ଭାଇ କେମିତି ଅଛ

     ପିଲାଦିନୁ ଆମେ ସଖା ।

ପୂର୍ବପରି ସେ ମୁରୁକି ହସିଲେ

     ଲୁଚାଇ ବାହାଡା ଦାନ୍ତ,

ଆଖି ମିଟି ମିଟି ଖନା ପାଟିରେ

     କହିବା ପାଇଁ ବୃତ୍ତାନ୍ତ ।

ହଇରେ ରମେଶ ପିଲାଟି ଦିନରୁ

     ଛୋଟା ତ ତୁହି ନ ଥିଲୁ,

କିପରି ଦୁର୍ଭାଗ୍ୟ କପାଳେ ଆସିଲା

     ଗୋଡ ଛୋଟା କରି ଦେଲୁ ।

ମୁରୁକି ହସରେ ମୋ ଆଡକୁ ଚାହିଁ

       ବଖାଣିଲା ନିଜ କଥା,

ମିଠା ଆମ୍ବ ଗଛ ଛୋଟା କରି ଦେଲା

     କି କହିବି ମନ ବ୍ୟଥା  ।

ଅଷ୍ଟମ ଶ୍ରେଣୀରୁ ତୁ ଚାଲିଗଲୁ

     ସହରେ ପଢିବା ପାଇଁ,

ଆମ ବାରିପଟ ମିଠା ଆମ୍ବ ଗଛ

     ଛାଡି ମୁଁ ପାରିଲି ନାହିଁ  ।

ଦିଲ୍ ଖୁସ୍ ଆମ୍ବ ତୁ ତ ଖାଇଛୁ

     ଜାଣୁ ତାର ଜାଦୁଗରୀ,

ଥରେ ଯେ ଚାଖିଛି ଭୁଲି ସେ ନ ପାରେ

     ଦେଖିଲେ ହୁଏ ସେ ଝୁରି  ।

ସେ ବର୍ଷ ଗଛେ ଭରା ଦିଲ୍ ଖୁସ୍

     ପାଚିଲା ଆମ୍ବର ବାସ,

ଦେଖି ଶୁଙ୍ଘି ମୁଁ ନ ରହି ପାରିଲି

     ଚଢିଲି ରୁନ୍ଧି ନିଃଶ୍ବାସ  ।

ଡାଳ ପରେ ଡାଳ ଦୋହଲାଇ ଦେଲି

     ଟପା ଟପ୍ ଝଡେ ଆମ୍ବ ,

ଆନନ୍ଦରେ ଡାଳ ଆଗକୁ ଚାଲିଲି

     ଭୁଲି କାଣ୍ଡ ଜ୍ଞାନ ସର୍ବ ।

ଡାଳରେ ଭରତି କାଈ ପୁଡା ସବୁ

     ଜାଣି ନ ହେଲି ସତର୍କ,

କାଈମାନେ ଆସି ଆକ୍ରମଣ କଲେ

     ନ ମାନି କଲେ ବିତର୍କ  ।

କାନରେ ନାକରେ ସଲ ସଲ କରି

     ଚୋଟ ପରେ ଦେଲେ ଚୋଟ,

ଏକ ହାତେ ଡାଳ ଭିଡି ମୁଁ ଧରିଲି

     ଅନ୍ୟ ହାତେ ମୋ ଆକଟ  ।

ବଡ ନଟ ଖଟ ମିଠା ଆମ୍ବ କାଈ

     ପ୍ୟାଣ୍ଟ ଭିତରେ ପଶି,

ସୁନାମଣି ଏବଂ ଅଣ୍ଡକୋଷକୁ

     ଚୋଟ ମାରିଲେ କଶି   ।

ସମ୍ଭାଳି ନ ପାରି ଦୁଇ ହାତରେ

     ଦଳି ଦେଲି କେତେ କାଈ,

ଭାରସାମ୍ୟ ମୋର ଭୁଷୁଡ଼ି ପଡିଲା

     କଚାଡି ପଡିଲି ଯାଇ ।

ଗୋଡ ହାଡ ଗୋଟେ ଚୁରମାର ହେଲା

     ହସ୍ପିଟାଲେ ହେଲି ଉଭା,

ଭାଗ୍ୟକୁ ବଞ୍ଚିଲି ଘରକୁ ଫେରିଲି

     ଛୋଟା ନାମ ଦେଲେ ବାବା ।

ଯେବେ ବି ଖାଉଛି ଦିଲ୍ ଖୁସ୍ ଆମ୍ବ

     ସେ ଘଟଣା ମନେ ପଡେ,

ଦିଲ୍ ଖୁସ୍ ମୋତେ ଖୁସି କରୁଥାଏ

     ଗଛେ ମୁଁ କେବେ ନ ଚଢେ  ।

         


Rate this content
Log in

Similar oriya poem from Comedy