ଦୀପଟିଏ ମତେ କରିଦିଅ ପ୍ରଭୁ
ଦୀପଟିଏ ମତେ କରିଦିଅ ପ୍ରଭୁ
ଜୀବନ ଦୀପାଳି ମିଞ୍ଜି ମିଞ୍ଜି ଜଳେ
ସଂସାର ବତାସ ବାଧେ ।
ହେ କଂସାରି ମତେ ସଂସାରି କରିଲ
ଆତ୍ମା ଅହର୍ନିଶି କାନ୍ଦେ ।
ମନୁଷ୍ୟ ଜୀବନ ବଡ଼ ହୀନିମାନ
କେହି ନୁହେଁ ଆପଣାର।
ମୋର ମୋର କହି ସଭିଙ୍କୁ ଆଦରି
ତୁଚ୍ଛ ଜୀବନ ଟା ମୋର।
ତୁମ ପାଦ ତଳେ ଏତିକି ମିନତୀ
ହେ,କଳାକାହ୍ନୁ ଗୋସାଇଁ।
ଜୀବନ କୁ, ମୋର ପ୍ରଦୀପଟେ,କର
ଶ୍ରୀମନ୍ଦିରେ ଜଳୁଥାଇଁ ।
ଆଶାକୁ,ମୋହର ସଳିତା କରିବ
କାମନାର ହେଉ ନାଶ ।
ବିଶ୍ବାସକୁ ମୋର ଘୃତ କରିଦିଅ
ଜଳୁଥିବି ଜଗଦୀଶ।
ସଂସାର କଷଣ ସହିପାରୁନାହିଁ
ମୋକ୍ଷ ଚାହୁଁଛି ଧରାରୁ ।
ମନବାଞ୍ଛା ମୋର ପୂରଣ କରିବ
ମୋହ,ମାୟା ଦୁନିଆରୁ ।
ଜୀବନ କୁ, ମୋର ଦୀପାଳି କରିଛି
ତଥାପି ସରୁନି ଦୁଃଖ।
ତୁମ ପାଦ ତଳେ ଶରଣ ପଶୁଛି
ରକ୍ଷାକର କଳାମୁଖ ।
ଦୀପ ଟିଏ ମୋତେ କରିଦିଅ ପ୍ରଭୁ
ଲଭିବି ଅପାର ଶାନ୍ତି।
ସଂସାର ଦୀପରୁ ଘୃତ ସରିଲାଣି
ଏତିକି କାମନା ମୁକ୍ତି ।
