Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance

3  

Satyanarayan Sahoo

Romance

ଦୀପରେ ଦିପାଲୀ

ଦୀପରେ ଦିପାଲୀ

1 min
136


ଜଳାଉଛି ଆଜି ଦୀପରେ ଦିପାଲୀ

ମନରେ ଆନନ୍ଦ ଉଲ୍ଲାସକୁ ଭରି ।


ଆହା କି ସୁଦିବ୍ୟ ପୁଲକ ପ୍ଲାବନ

ଖେଳାଇ ଜୀବନେ ପବିତ୍ର ସ୍ପନ୍ଦନ ।


ଆଣି ନବ ଆଶା ଜାଗୃତି ଭଣ୍ଡାର

ପରିପୂର୍ଣ୍ଣ ବିଭା ଉତ୍ସବ ଅତୁଳ ।


ସଜାଇଛି ଦାଣ୍ଡ ଦୁଆର ଓ ଘରେ

ଦିଶେ କେଡେ ତୋରା ଦିପାଲୀ ମାଳାରେ ।


ଝଲମଲ ଶୋଭା ବର୍ଦ୍ଧନ ଝଲକ

 ଦେଖିବାର ମାତ୍ରେ ଅପୂର୍ବ ପୁଲକ ।


ଅନୁଭବ କରି ମନେ ନିରନ୍ତର

ନବୀନ ଆହ୍ଵାନ ଆଣି ବାରବାର ।


ଦିବ୍ୟ ଶକ୍ତି  ସ୍ରୋତ ଧାରେ ଉନ୍ମାଦନା

 ମାଦକତା ଭରା ଜୀବନ ରଚନା  


ନିମନ୍ତେ ଦିଅଇ ଅନେକ ଧାରଣା ।

ବୁଣେ ପ୍ରତି ପ୍ରାଣେ ଚିନ୍ତା ବୁଝାମଣା ।


କୁସଂସ୍କାର ଦୂର କରିବା ର ପାଇଁ

ଉତ୍ସ।ହ ସାହସ ଶକ୍ତି ଏ ଦୀପ।ଳୀ ।


ଦିଏ ନିତ୍ୟେ ଏହି ପାର୍ବଣ ଉତ୍ସବ

 ପାଳିତ ପର୍ବାଣୀ ଦୀପ ଜଳା ପର୍ବ ।


ଦୀପରେ ଦିପାଲୀ କି ଦିବ୍ୟ ଚେତନା

 ଜାଗ୍ରତ କରାଏ ଜୀବନେ ଭାବନା ।



Rate this content
Log in

Similar oriya poem from Romance