STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦୀପୋତ୍ସବ

ଦୀପୋତ୍ସବ

1 min
268


କାର୍ତ୍ତିକ ମାସର ଅମାବାସ୍ୟା ତିଥି

ପାଳିତଟି ଦୀପୋତ୍ସବ,

ବିଖ୍ୟାତ ଯାହାରେ ନାମେ ଦୀପାବଳି

ଏହୁତ ପ୍ରକାଶ ପର୍ବ। 


ଆନନ୍ଦ ଉତ୍ସବ ହୁଏ ମୁଖରିତ

ସୁସଜ୍ଜିତ ଆଲୋକରେ,

ଫୁଟୁଥାଏ ବାଣ ନାହିଁ ଅବସର

ଦୀପାବଳି ଉତ୍ସବରେ।


ହୁଏ ପିଠାପଣା ତହିଁ ଘରେଘରେ

ହୁଏ ବଣ୍ଟା ଲଡୁ ପୁଣି,

ଗୃହ ଓ ମନ୍ଦିର ହୁଏ ସୁସଜ୍ଜିତ

ବିଜୁଳି ପ୍ରକାଶେ ପୁଣି।


ମାରି ରାବଣକୁ ପ୍ରଭୁ ରାମଚନ୍ଦ୍ର

ଅଯୋଧ୍ୟାକୁ ଫେରୁ ଥିଲେ,

ତାଙ୍କ ସ୍ବାଗତରେ ଅଯୋଧ୍ୟା ଜନତା

ଦୀପ ଘରେ ଜାଳି ଥିଲେ।


ଘରଦ୍ବାର ସବୁ ଦୀପେ ସୁସଜ୍ଜିତ

ଆନନ୍ଦ ଉଲ୍ଲାସ ତହିଁ,

ରାମସ୍ବାଗତରେ ପ୍ରେମଭକ୍ତିଶ୍ରଦ୍ଧା

ଗୁଞ୍ଜେ ଅଯୋଧ୍ୟାରେ ଯହିଁ।


ଯିଏ ସାକ୍ଷାତରେ ଅନାଦି ଅନନ୍ତ

ମହିମା ତାଙ୍କ ଅନନ୍ତ,

ଦୁରନ୍ତ ରାକ୍ଷସ ରାବଣକୁ ମାରି

ଫେରୁ ଛନ୍ତି ଟି ଅନନ୍ତ।


ଅତି ଆନନ୍ଦିତ ଅଯୋଧ୍ୟାର ଜନ

ରାଜା ହେବେଟି ଆରାଧ୍ୟ,

ମନ ପୁଲକିତ ହର୍ଷ ଅପ୍ରମିତ

ଦୀପେ ସ୍ବାଗତ ଆରାଧ୍ୟ।


ସମୁଦ୍ର ଗର୍ଭରୁ ଲକ୍ଷ୍ମୀ ଆବିର୍ଭାବ

ସମୁଦ୍ର ମନ୍ଥନୁ ପରା,

କାର୍ତ୍ତିକ ମାସର ତିଥି ଅମାବାସ୍ୟା

ତିଥୀଟି ଥିଲାରେ ପରା।


ପୂଜାର୍ଚ୍ଚନାଟିରେ ଦୀପ ଜାଳି ତାଙ୍କୁ

କରେ ଭକ୍ତ ଲକ୍ଷ୍ମୀ ପୂଜା,

ପୂର୍ଣ୍ଣ ମନବାଞ୍ଚା କରନ୍ତି ଟି ଭକ୍ତେ

ଭକ୍ତିରେ କଲେଟି ପୂଜା।


ଥିଲା ତିଥି ଏହୁ ଯହୁଁ ଅମାବାସ୍ୟା

ମାତା କାଳୀ ଅତି କ୍ରୋଧେ,

ରାକ୍ଷସକୁ ମାରି ଭୟଙ୍କର ରୂପେ

ଚିତ୍କାର କଲେ ଟି କ୍ରୋଧେ।


ବିନତି କରି ଲେ ପଦ ଧରି ଶିବ

କ୍ରୋଧଶାନ୍ତ ସ୍ବାମୀକଲେ,

ପୂଜନେ ସ୍ବାମୀଙ୍କ ଯହୁଁ ଶାନ୍ତ ହେଲେ

ଲଜ୍ଜିତ କାଳୀ ହୋଇଲେ।


କାଳୀଙ୍କ ପୂଜନ ଏହୁ ତିଥିରେଟି

ଭକ୍ତିରେ କଲେଟି ପୂଜା

ସବୁ ଇଚ୍ଛା ପୂର୍ଣ୍ଣ କରନ୍ତି ଟି କାଳୀ

ଭକ୍ତିଚିତ୍ତେ କଲେ ପୂଜା।


Rate this content
Log in

Similar oriya poem from Abstract