STORYMIRROR

Kananbala Das

Tragedy Inspirational

4  

Kananbala Das

Tragedy Inspirational

ଦୀପାଳି ଗୋ

ଦୀପାଳି ଗୋ

1 min
280


ଦୀପାଳିଗୋ ତୁମେ ଆଲୋକିତ କର

          ପ୍ରେରଣାର ଉତ୍ସ ହୋଇ,

ଆପଣା ଜୀବନେ ସୁଖ ପାଅ ନାହିଁ

         ଜ୍ବଳନ କୁ ସାଥେ ନେଇ।


ତ୍ୟାଗ ତିତୀକ୍ଷାର ଆତ୍ମ ସମର୍ପଣେ

          ଦୀପାଳି ମୁଁ ଅଗ୍ନି ଶିଖା,

ମୋ ଜୀବନ ଆୟୁ ସୀମିତ ବି ହେଉ

         ଭାଗ୍ୟର ନିଷ୍ଠୁର ଲେଖା।


ଦୂର ଦିଗନ୍ତରେ ହଜେ ଯେବେ ସ୍ବପ୍ନ

          ମନ କାନଭାସ୍ ଛୁଇଁ,

ବିନା ଦୀପାଳିରେ ଜଳୁଥାଏ ମନ

         ଉଜ୍ବଳ ଆଲୋକ ଦେଇ।


ସ୍ନିଗ୍ଧ ସିତ୍କାର ରେ ତନ୍ମୟ ପଣରେ

           କବଳିତ ତନୁ ମନ,

ଉଜୁଡା ହୃଦୟ ହୋଇ ସ୍ମୃତି ଶିଖା

          ଜଳିଯାଏ ସବୁ ସ୍ବପ୍ନ।


ଜୀବନର ଇଛା ସିକ୍ତ ପାହାଚରେ

        ମୋ ହୃଦୟ ଅନ୍ତ ସ୍ୱରେ,

କାହିଁ ହଜିଗଲା ମଧୁମୟ ସ୍ମୃତି

        ଉଛୁଳା ପ୍ରେମର ଧାରେ।


ଜ୍ବାଳା ଯନ୍ତ୍ରଣାର ଦଗ୍ଧ ଅନଳରେ

       ଜଳି ଯାଏ ଅନ୍ୟ ପାଇଁ,

ଉଦ୍ଭାସିତ କରି ଆଲୋକର ଶିଖା

       ସମର୍ପଣ ଭାବ ନେଇ।


ସଳିତାରୁ ତେଲ ସରିବା ପର୍ଯ୍ୟନ୍ତ

           ନିରନ୍ତର ଜଳୁଥିବି,

ତପ୍ତ ହୃଦୟରେ ଦୀର୍ଘଶ୍ବାସ ଭରି

         ଜଳି ଜଳି ଶେଷ ହେବି।


ଆତ୍ମ ଦହନ ରେ ପାଉଁଶ ହୋଇବି

          ସତ୍ତାକୁ ହରାଇ ଦେବି,

ତଥାପି ଆଲୋକ ବିତରି ଚାଲିବି

          ଯେତେଦିନ ବଞ୍ଚିଥିବି।


ମଗ୍ନ ହୃଦୟରେ ଝଙ୍କୃତ ଅଶ୍ରୁରେ

        ପ୍ରାଣ ପକ୍ଷୀ ଉଡିଯିବ,

ନିରବ ନିଥର ଝଡର ରାତ୍ରିରେ

        ଚାହୁଁ ଚାହୁଁ ଲିଭିଯିବ।

          

ବାଷ୍ପୀଭୁତ କୋହ ଲୁହର ବନ୍ୟାରେ

         ନିଃସଙ୍ଗ ସମ୍ପର୍କ ତୀରେ

ବ୍ୟଥା ବେଦନାର କ୍ଷୀଣ ଅନ୍ତଃସ୍ବର

          ହଜିବ ମହାଶୂନ୍ୟରେ।


Rate this content
Log in

Similar oriya poem from Tragedy