Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର

Abstract

4  

ଅନିଲ କୁମାର

Abstract

ଦୀପାବଳି

ଦୀପାବଳି

1 min
240


ହଟିଯାଉ ଆଜି  ଅମା  ଅନ୍ଧକାର

    ଜଳୁ ହେ ଶୁଭ ପ୍ରଦୀପ

ଆଲୋକର ପର୍ବେ ହୋଇ ଉଜାଗର 

    ମହୀ ହେବ ନବରୂପ ।।

ସାଜସଜା ହେବ ଆଲୋକ ମାଳରେ

   ଜଳିବ ଦୀପେ ସଳିତା

ପ୍ରଭୁ ରାମଚନ୍ଦ୍ର ଫେରିବେ କି ସତେ 

   ଧରି ସାଥେ ମାତା ସୀତା ।।

ଆନନ୍ଦ ଗୌରବ ପରବରେ ଆମେ

   ବିତରିବା ହସ ଖୁସି

ଦୁଃଖୀ ଜନ ପାଇଁ ହାତ ବଢାଇବା 

   ସାଙ୍ଗ ସାଥୀ ମିଳିମିଶି ।।

ବାଣ ନୁହେଁ ଆମେ ଫୁଟାଇବା ହସ

   ନେବାରେ ଆସ ଶପଥ 

ନିର୍ମଳ ହେଇବ  ଆମ ପରିବେଶ

   ହସିବ ଧରଣୀ ମାତ ।।

କେତେ ଅଘଟଣ ଅକାଳ ମରଣ

   ବାଣ ପାଇଁ ହୁଏ ଆଜି

କୁହ ତେବେ କିଆଁ ବାଣ ଫୁଟାଇବା

   ଏକଥା ମନରୁ ତେଜି ।।

ବାଣ ନ ଫୁଟାଇ  ସଞୟ କରିବା

   ଦେଶ ପାଇଁ କିଛି ଧନ

ମାତୃଭୂମି ଲାଗି  ସମର୍ପିତ ହେବା

   କରିବା ଆଜି ଏ ପଣ ।।

ଗଢିବା ଆମେରେ ରାମ ରାଇଜକୁ

   ଶ୍ରେଷ୍ଠ ସଶକ୍ତ ଭାରତ

ବାଣ ନୁହେଁ ଆମେ ହସ ଫୁଟାଇବା

   ଦେଖିବ ସାରା ଜଗତ ।।


Rate this content
Log in

Similar oriya poem from Abstract