STORYMIRROR

Sumitra Nayak

Abstract Tragedy Inspirational

4  

Sumitra Nayak

Abstract Tragedy Inspirational

ଦୀନ ଦରଦ

ଦୀନ ଦରଦ

1 min
541

ପଥେ ଗଲା ବେଳେ        ଦେଖିଲି ମା ଲୋ

               ଶତ ବୟସର ବୃଦ୍ଧ 

ଏକାନ୍ତ ସ୍ଥାନରେ          ବସିରହିଥିଲେ

          ଦୀନ ଦରଦରେ ବଦ୍ଧ।।

ବିରାଟ କାୟ ସେ       ଅଶ୍ଵତଥ ମୂଳେ

          ଥାକା ମରା ଯୁକ୍ତ ହୋଇ

ଚର୍ମ ଧୁଡୁ ଧୁଡୁ       ମୁଣ୍ଡ ଫୁରୁ ଫୁରୁ

         ବିଶ୍ରାମ ଉତ୍ସୁକ ହୋଇ ।।

ନାହିଁ ପଟ ଦେହେ        ନାହିଁ ହାସ୍ୟ ମୁହେଁ

            ହୃଦ କ୍ଲେଶେ ଛଟ ପଟ 

ନିରୀହ ଚାହାଣି       କରୁଣ ଅବସ୍ଥେ

          ଦେହ ଧୂଳି ନଟ ପଟ ।।

ଦେଖିଲେ କରୁଣା      ଆସିବାକି ନାଁ

            କହିବ କି ମାଆ ଟିକେ

ପାଖେ ଧାଇଁ ଗଲି       ପଚାରି ମୁଁ ଦେଲି

          ଜେଜେ ଏଠି ତୁମେ ଏକେ ।।

ଫୁଙ୍ଗୁଳା ଦେହ କୁ     ଝାଞ୍ଜି ପବନ କୁ

            ଏକାନ୍ତରେ ବସ କାହିଁ 

ଘରେ ଛାଡି ଦେବି    କହିବ କି ଜେଜେ

           ଘର ଅବା ତୁମ କାହିଁ ।।

ନିଷ୍ଠୁର ଅବସ୍ତା     ଦେଖି କରି ମାଆ

         ଲୋତକ ମୋ ଝରି ଗଲା 

ଏକାନ୍ତରେ ତାଙ୍କୁ    ଛାଡ଼ି ଯେ ଯିବାକୁ

         ମନ ମୋର ନ ମଙ୍ଗିଲା ।।

ବସି ମୁଁ ପଡ଼ିଲି      ତାଙ୍କରି ପାଖରେ

            ପାଣି ପିଇବାକୁ ଦେଇ 

ଖୁଆଇ ମୁଁ ଦେଲି      ଆପଣା ହସ୍ତରେ

            ମନ ଅଧିର କ ପାଇଁ ।।

ନୀରିହ ଆଖିରେ     ଗଭୀର କାହାଣୀ

           ଲୋତକ ଝରାଇ ଦେଲେ 

ଥର ଥର କଣ୍ଠେ     କହିଲେ ମାଆରେ

          ଏବେ ମୁଁ ଆଗକୁ ଚାଲେ ।

ଭଗବାନ ତୋର      ମଙ୍ଗଳ କରନ୍ତୁ

           ଭଲରେ ତୁରହ ସଦା  

ଆଶିଷ ଅଜାଡି      କହିଲେ ଯେ ମାଆ

         ହୃଦ ତୋ ସ୍ନେହେ ବନ୍ଧା ।।

ହାତେ ତାଙ୍କ ଦେଲି      ତାଙ୍କ ସାହା ବାଡ଼ି

           ଧରି ଉଠାଇ ମୁଁ ଦେଲି 

ଶତୃ ଖରା ଟା ବି       ହଟ ଦେଖାଉଛି

          ଓଢଣୀ ମୁଁ କାଢି ଦେଲି ।।

ମୁଣ୍ଡରେ ପଗଡି         କରି ବାନ୍ଧି ଦେଲି

            ଶ୍ଵେତ ଓଢଣୀ କୁ ମୋର 

କିଛି ଦୂର ଯାଏ       ବାଟେଇ ଆସିଲି

         ସାହାରା ଯେ ଦେଇ ମୋର ।।

କେଡେ ସେ କାରୁଣ୍ୟ      ଦୃଶ୍ୟଲୋ ସେ ମାଆ

            ଛାତି ଥରାଇ ମୋ ଦେଲା 

ଏମିତି କଷଣ                  ବୃଦ୍ଧ ଅବସ୍ତାରେ

            ଭାଗ୍ୟ ଯେ ନ ଦଉ ଭଲା ।।

ଏମିତି କଷଣ          ବୃଦ୍ଧ ଅବସ୍ତାରେ

         ଭାଗ୍ୟ ଯେ ନ ଦଉ ଭଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract