STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

"ଦିଗନ୍ତର ଯାତ୍ରା ପଥେ"

"ଦିଗନ୍ତର ଯାତ୍ରା ପଥେ"

1 min
318

ଚାଲିଛି ଚାଲିଛି ମୁଁ ଏକାକୀ

ମୋ ଜୀବନର ଚଲାପଥେ

କେତେ ଘାତ ପ୍ରତିଘାତ ଦେଇ

ଜୀବନ ରାସ୍ତାରେ ନ ପଡିଛି ଥକି ।

     

 ଆସିଛନ୍ତି ମୋ ଜୀବନେ 

 ସାଥୀ କେତେ

 କାହାକୁ ସାଇତିଛି ହୃଦୟ ମଧ୍ୟେ

 ଭୁଲିଛି ଅବା ଅନେକଙ୍କୁ

 ମୁଁ ପୁଣି କେତେ

 ହସ କାନ୍ଦ ଭରା ମୋ ଜୀବନେ

 ଏଇ ମୋ'ର ଦିଗନ୍ତର ଯାତ୍ରା ପଥେ ।


  ପ୍ରୀତି ପ୍ରଣୟର ସମାହାର

  ଦେଖିଛି ବିରହ ମୁହୂର୍ତ୍ତ ଯେତେ

  ପାଶୋରି ଯାଇଛି  

  ସେ ମୁହୂର୍ତ୍ତ ସବୁକୁ କେତେ

  କେତେ ପୁଣି ଅଭୁଲା ସ୍ମୃତି ହୋଇ

  ଜାଳନ୍ତି କେତେ ମୋତେ

  ପ୍ରତି ମୁହୂର୍ତ୍ତେ

  ମୋ ଜୀବନ ଦିଗନ୍ତର ଯାତ୍ରା ପଥେ ।


  ପ୍ରେମ ସମ୍ପର୍କ ସ୍ନେହ ମମତା

  ଜୀବନର ସବୁ ଅଭୁଲା ଗାଥା

  କହିଥାନ୍ତି ଏସବୁ 

  ମଣିଷର ଜୀବନ ସଂହିତା

  ସତେ କି ଏସବୁ ଲାଗେ 

  ଗୀତା ଓ ଭାଗବତର ଗାଥା

  ଦୁଃଖ ଆଉ ଦରଦ ଆସେ

  ଏ ଜୀବନେ କେତେ

  ସୁଖ ଦୁଃଖ ସମାହାରେ

  ମଣିଷ ବଞ୍ଚେ ଏ ମରତ୍ତେ

  କେତେ ହସ କେତେ କାନ୍ଦ ଆସେ

  ଆମ ଏଇ ଦିଗନ୍ତର ଯାତ୍ରା ପଥେ ।


  ପ୍ରିୟାର ହସ ସ୍ଵଜନଙ୍କ

  ସ୍ନେହ ମମତାର ପରଷ

  ସାଙ୍ଗ ସାଥୀଙ୍କ ମେଳେ

  କେତେ ରାଗ ରୋଷ

  କିଛି ନୁହେଁ ଚିରସ୍ଥାୟୀ

  ସବୁ କ୍ଷଣିକ ସବୁ ଯେ ଅସ୍ଥାୟୀ

  ମିତ୍ରତା ଶତ୍ରୁତା ସବୁ ପାଇଁ

  ପରିବେଶ ପରିସ୍ଥିତି 

  ସମୟ ହିଁ ଦାୟୀ

  ସବୁ ଏଠି ଦିନେ ସାଜିବେ ବିଦାୟୀ

  କାଳର କରାଳ ଗତି ସବୁ ନେବ ଭସାଇ

  ଏ ଧରାରେ ଜନ୍ମିଛନ୍ତି କେତେ

   କେତେ ପୁଣି ମୃତ୍ୟୁ ବରଣ କରିଛନ୍ତି

   ଏ ମୃତ୍ୟୁର ପୁର ଏଇ ଆମ ମରତ୍ତେ

   ଏଇ ଚକ୍ଷୁ ଭେଟିଛି ତା ଚଲାପଥେ

   କାହାକୁ ଯେ କେତେ

    ଅଢେ଼ଇ ଦିନର ଏ ଲୀଳା ଖେଳା

    ଏ ଲୀଳା ଭୂମି ଏହି ଆମ ମରତ୍ତେ

    କେତେ କେତେ ଆସିଛନ୍ତି

    ପୁଣି କେତେ ହଜିଛନ୍ତି

    ମୋ'ର ଏଇ ଦିଗନ୍ତର ଯାତ୍ରା ପଥେ ।


    କେତେ ବନ୍ୟା, ବାତ୍ୟା

    ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି

    ମୁଁ ମୋ ଏ ଚର୍ମ ନେତ୍ରେ

    କେତେ ହିଂସା ପ୍ରତି ହିଂସା 

    ଲଭିଅଛି ମୁଁ ମୋ କାର୍ଯ୍ୟ କ୍ଷେତ୍ରେ

    କେତେ କର୍ମୀ ସହକର୍ମୀ ଙ୍କ ସହ

    କରିଅଛି କାର୍ଯ୍ୟ ସାଥେ

    ହାଟ ନାଟ ଶେଷ ହେଲେ

    ଯେ ଚଳିଛନ୍ତି ପୁଣି ଯେଝା ପଥେ

    କେତେ କାହାକୁ ଭେଟିଛି

    ଏଇ ମାୟା ରୂପୀ 

     ଦିଗନ୍ତର ଯାତ୍ରା ପଥେ । 


विषय का मूल्यांकन करें
लॉग इन

Similar oriya poem from Abstract