Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ଦିବ୍ୟ ଭୂମି ଭାରତ ବର୍ଷ

ଦିବ୍ୟ ଭୂମି ଭାରତ ବର୍ଷ

1 min
179



ଦିବ୍ୟ ଭୂମି ଅଟେ ଆମର 

        ଏଇ ଭାରତ ବର୍ଷ 

ଇତିହାସ କହେ ଲାଗିଛି

      କେତେ କେତେ ସଂଘର୍ଷ ।

ମହମ୍ମଦ ଘୋରୀ ଥିଲେ ସେ 

      ଘୋର ରାଜ୍ୟ ନରେଶ

ଆକ୍ରମଣ କରି ଥିଲେ ସେ

        ଅମ ଭାରତ ବର୍ଷ ।

ଦଶ ବର୍ଷେ ସତର ଥର ସେ

        ଆକ୍ରମଣ କରିଲେ 

ଶେଷେ ସୋମନାଥ ମନ୍ଦିର 

       ଲୁଣ୍ଠି ନେଇ ସେ ଗଲେ ।

ତଥାପି ଅକ୍ଷୁର୍ଣ୍ଣ ରହିଛି 

       ଆମ ଭାରତ ବର୍ଷ  

ଇତିହାସ କହେ ହେଇଛି 

     କେତେ କେତେ ସଂଘର୍ଷ ।


ମୋଗଲ ଶାସକ ଥିଲେ ଯେ

        ସିଏ ଶାହାଜାହାନ 

ଦିଲ୍ଲୀରେ ତିଆରି କରିଲେ 

         ମୟୂର ସିଂହାସନ ।

ନାଦିର ସାହା ଆସି ପାରସ୍ୟ 

        ତାକୁ ନେଇଣ ଗଲେ

ଓଡିଶାର ରାଜା ଯୁଦ୍ଧରେ 

       ତାକୁ ଘେନି ଆସିଲେ ।

ଆଗ୍ରାର ଯମୁନା କୂଳରେ 

      ତାଜମହଲ ଦୃଶ୍ୟ 

ଅକ୍ଷୁର୍ଣ୍ଣ ରହିଛି ଆମର 

        ଏଇ ଭାରତ ବର୍ଷ ।


ମୁକୁଟ ତାହାର ଅଟଇ 

      ହିମାଳୟ ପର୍ବତ 

ନୀଳ ପାରାବାର ମାତାର

     ପାଦ କରେ ଧୋଉତ ।

ଜାମୁ କାଶ୍ମୀରୀ ଅଟଇ 

       ଆମ ମର୍ତ୍ତ୍ୟର ସ୍ୱର୍ଗ 

ବୀର ସନ୍ତାନ ଯେ ସେଇଠି

        ରହିଛନ୍ତି ଜାଗ୍ରତ ।

ବଳିଦାନ ଦେଇ ନିଜକୁ

        ରଖି ଅଛନ୍ତି ଯଶ 

ଇତିହାସ କହେ ହେଇଛି 

       କେତେ କେତେ ସଂଘର୍ଷ ।


ଅପୂର୍ବ ଅଟଇ ଆମର

        ଏଇ ଓଡିଶା ରାଜ୍ୟ 

ବାରବାଟୀ ଦୁର୍ଗ ଧଉଳି 

        ଗିରି ଗୌତମ ବୁଦ୍ଧ ।

କପିଳାସ ଦାରିଙ୍ଗବାଡି ଯେ 

         ଖଣ୍ଡ ଉଦୟ ଗିରି 

ଜଗନ୍ନାଥ ଦିବ୍ୟ ଆସନେ

         ଅଛି ଓଡିଶା ଶିରି 

ଚନ୍ଦ୍ରଭାଗା ,ପୁରୀ, କୋଣାର୍କ

        ସେତ ଅପୂର୍ବ ଦୃଶ୍ୟ 

ଇତିହାସ କହେ ହେଇଛି 

      କେତେ କେତେ ସଂଘର୍ଷ ।

ଅକ୍ଷୁର୍ଣ୍ଣ ରହିଛି ଆମର 

       ଏଇ ଭାରତ ବର୍ଷ ।



Rate this content
Log in

Similar oriya poem from Abstract