STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦିବ୍ୟ ଅନୁଭୂତି

ଦିବ୍ୟ ଅନୁଭୂତି

1 min
15


ସାରି ନିତ୍ୟକର୍ମ ସକାଳୁ ସକାଳୁ

ପୂଜିଲି ମୁଁ ଇଷ୍ଟଦେବୀ

ପୂଜି ଶକ୍ତିରୂପା ପ୍ରେମ ଓ ଭକ୍ତିରେ

ରାଧାକୃଷ୍ଣଙ୍କୁ ପୂଜିବି !!


ଗାଆଁର ମଝିରେ ରାଧାକୃଷ୍ଣଙ୍କର

ସୁନ୍ଦର ମନ୍ଦିର ଅଛି,

ପ୍ରତିଦିନ କରେ ପୂଜନ ଭକ୍ତିରେ

କର୍ତ୍ତବ୍ୟ ମୁଁ କରୁଅଛି !!


ପୂଜନେ ତାଙ୍କରି ନୂଆ ଅନୁଭୂତି 

ଶବ୍ଦ ନାହିଁ ବର୍ଣ୍ଣିବାର

ପୁଣି ଚତୁର୍ଦ୍ଦଶୀ ଫଗୁଣ ମାସର

କୃଷ୍ଣ ପକ୍ଷ ଶୁକ୍ରବାର !!


ମନ୍ଦିର ସଜ୍ଜିତ କଳ୍ପେଶ୍ବରଙ୍କର

ରାମବାବା ଉଦ୍ୟାନର

ତପସ୍ଥଳୀ ଅଟେ ପବିତ୍ର ସେ ଭୂଇଁ

ନଦୀ ନାଳ ସଙ୍ଗମର !!


ମନ ପ୍ରଫୁଲ୍ଲୀତ ଦେହ ପୁଲକିତ

ଭୂଇଁରେ ପାଦ ପଡିଲେ

ତହିଁ ବିରାଜିତ ବାବା କଳ୍ପେଶ୍ବର

ଦର୍ଶନ ତାଙ୍କୁ କରିଲେ !!


ମହେଶ୍ବରଙ୍କର ପୂଜନ ନିମନ୍ତେ

ମନ୍ଦିର ଗାଆଁର ଭୂଇଁ

ପୂଜିଲି ଭକ୍ତିରେ ବାବା କଳ୍ପେଶ୍ବର

ତାଙ୍କରି ଚରଣ ଛୁଇଁ !!


ଭକ୍ତଙ୍କ ଗହଳି ଲାଗିଛି ସେଠାରେ

ବାଜୁଛି ଢୋଲ ମୃଦଙ୍ଗ

ଶଙ୍ଖ ହୁଳହୁଳି ଶୁଭୁଛି ଭକ୍ତିର

ଜାଗ୍ରତ ନୂଆ ଉମଙ୍ଗ !!


ଭକ୍ତିମୟ ଆଜି ସମ୍ପୂର୍ଣ୍ଣ ଏ ରାଷ୍ଟ୍ର

ଗାଆଁରୁ ସହର ଯାଏ

ବମ୍ ବମ୍ ଭଲେ ଗୁଞ୍ଜେ ରାସ୍ତା ଘାଟ

ନମଃ ଶିବାୟ ଯେ ଧ୍ୟାଏ !!


ଅକର୍ମା ଦାନୀ ସେ ଶୁଣନ୍ତି ଗୁହାରି

ପୂଜାର ଏ ଶୁଭ ଦିନ

ଜଳ ଢାଳି ଦିଏ ଭକତ ମସ୍ତକେ

ଅର୍ଜିତ କରେ ଟି ପୁନ୍ୟ !!


ବେଲପତ୍ର ତାଙ୍କ ନୈବେଦ୍ୟ ଟି ଶୁଣ

ଅର୍ପଣ ଭକ୍ତି ଚିତ୍ତରେ

ଗୃହ ବିଘ୍ନ ସବୁ ଦୂର କରି ଥାନ୍ତି

ଭକ୍ତିର ପ୍ରେମ ପ୍ରୀତିରେ !!


ଉଜାଗର ରହି ଜାଗର ଜାଳିଲେ

ମନବାଞ୍ଛା ପୂର୍ଣ୍ଣ ହୁଏ

ଅପୁତ୍ରିକ ନାରୀ ପୁତ୍ର ପ୍ରାପ୍ତି କରେ

କୀର୍ତ୍ତି ଓ ଗୌରବ ପାଏ !!


ଶୁଣ କଳ୍ପେଶ୍ବର ଦେବ ମହେଶ୍ବର

କରୁଣା କର ଈଶ୍ବର

ଶକ୍ତିଶାଳୀ କର ଏ ଭାରତବର୍ଷ

ନଜର ଥାଉ ତୁମର !


Rate this content
Log in

Similar oriya poem from Abstract