STORYMIRROR

Shashanka sekhar Ray

Classics

2  

Shashanka sekhar Ray

Classics

ଦି ଟୋପା ଲୁହ

ଦି ଟୋପା ଲୁହ

1 min
130

ଛାତିର ଅତଳ ଗର୍ଭରୁ 

ଶାମୁକା ପରି ଦୁଇ ଆଖିରୁ

ଝରିଆସେ ଚିକ୍ ମିକ୍ ମୁକ୍ତା

କୋହର ଉତ୍ତାଳ ଜୁଆର 

ମାଡିଯାଏ ଗାଲ ଓଠ ଦେଇ

ଓଦାକରେ ତଳେ ଥିବା ମାଟିତକ


ଲୁହର ଗଭୀରତା କଣ ମାପିହୁଏ

 ସେ ତ୍ ଉଭା ଯେତେ ପୋତା ସେତେ

ଝରଣା ପରି ଅଚାନକ ଫିଟିପଡେ

ହୃଦୟର ପାହାଡକୁ ଫଟାଇ

ମିଶିଯାଏ କେଉଁ ଅନନ୍ତ ସାଗରେ

ହାଲୁକା ହୋଇଯାଏ ଦେହ ଆଉ ମନ


ଲୁହ ଭାଙ୍ଗି ପାରେ 

ରାଗ ଅଭିମାନ ଗର୍ବ ଅହଂକାର 

ଅନୁତାପର ଜ୍ଵଳନ୍ତ ନିଆଁରେ 

ଦି ଟୋପା ଲୁହ 

 ପୋଡିଦିଏ ସୁବର୍ଣ୍ଣପୁର

କଡ ଲେଉଟା ଦିଏ ଇତିହାସର


ଲୁହକୁ ପିଇ ଜିଇଁ ହୁଏ କିଛିଦିନ

ଲୁହରେ ବି ଜଳେ ଦୀପାଳୀ

ଲୁହରେ ବି ଭରିଥାଏ ଅନେକ ଖୁସି 

ଲୁହ ପଛେପଛେ ହସ ଆସୁଥାଏ

 ଛାଇ ଆଲୁଅର ଲୁଚକାଳି ପରି

ତରଳାଇଦିଏ ହୃଦୟ ପାଷାଣର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics