STORYMIRROR

Krushnapriya Mohapatra

Abstract Classics Others

4  

Krushnapriya Mohapatra

Abstract Classics Others

ସ୍ନାନମଣ୍ଡପରେ କାଳିଆ।

ସ୍ନାନମଣ୍ଡପରେ କାଳିଆ।

1 min
23.4K

ନିର୍ଣ୍ଣୟ କଲୁ କି ରତ୍ନ ସିଂହାସନୁ

ସ୍ନାନମଣ୍ଡପ କୁ ଯିବୁ ଓଲ୍ଳାଇ।

ଭକତ ବିହୁନେ ବଡ଼ଦାଣ୍ଡ ଶୂନ୍ୟ

ସହିବୁ କେମିତି କଳା କହ୍ନେଇଁ।


ନିଶ୍ଚିନ୍ତରେ ରହି ପାରୁଛୁ କି ତୁହି

ଭକତ ଙ୍କୁ ତୋର ଦୂରେଇ ଦେଇ।

ଦୁଃଖରେ ଆତୁର ସଭିଏଁ କାତର

ନୟନେ ଦେଖିବା ଭାଗ୍ୟରେ ନାହିଁ।


ସଭିଙ୍କ ହୃଦୟ ଯାଉଛିରେ ଫାଟି

ନ ଦେଖି ତୋହର ଚନ୍ଦ୍ର ବଦନ।

ଯୁଆଡେ ଚାହିଁଲେ ଢଳ ଢଳ ଦିଶେ

କଳା କଳା ମୁଖ ଚକାନୟନ।


ଦେଖି ନାହୁଁ କାହିଁ କେତେ ଦିନ ହେଲା

ଲାଗୁଛି ଯୁଗ ଟେ ବିତି ଗଲାଣି

ଅପେକ୍ଷାରେ ଥିଲୁ ସ୍ନାନପୂର୍ଣ୍ଣିମାକୁ।

ନିରାଶ କରିଲୁ ଶ୍ରୀକ୍ଷେତ୍ର ମଣି।


ଶହେ ଆଠ ଗରା ସୁଶୀତଳ ଜଳ

ସ୍ନାନ କରି ବାକୁ ତପ୍ତ ସନ୍ତାପେ

ଭାଇଭଗିନୀଙ୍କୁ ଧରି ମଣ୍ଡପରେ

ବସିଲୁ କାହିଁକି ଏତେ ଉସତେ।


ଶୀତଳ ଚନ୍ଦନ ଶୀତଳ ପବନ

ଶୀତଳ ନୀରରେ ସ୍ନାହାନ କରି

ସୁକୋମଳ ଦେହ ଜରରେ ତାତିବ

ଭାବିଲେ ଛାତି ମୋ ଯାଉଛି ଥରି।


ଏମିତି କରି ତୁ ପାଉ ଯଦି ସୁଖ

ମନକୁ ବୁଝେଇ ରହିବୁ ଦୂରେ

ଅନ୍ତରମନରେ ଦର୍ଶନ ତୁ ଦେବୁ

ଚରଣ ରେ ତୋର ଶରଣ ଦେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract