STORYMIRROR

Puspanjali Panda

Classics

4  

Puspanjali Panda

Classics

ସଖୀବଟ

ସଖୀବଟ

1 min
23.3K


ବଳିଆ ସାଆନ୍ତ ସ୍ମୃତି ସଖୀବଟ

ଗାଥା କହେ ବିଶ୍ୱାସର

ସଖୀ ବୋଲି ବଟ ବୃକ୍ଷ ତ ସାଜିଲା

ସ୍ମାରକ ଭକ୍ତି ପ୍ରେମର

ଇତିହାସ ଲେଖା ଗୁପ୍ତ ସେବା ଦେଖା 

ସିଦ୍ଧ ବଳଦେବଙ୍କର

ତେଣୁ ଗୁପ୍ତକ୍ଷେତ୍ର ସର୍ବତ୍ର ବିଦିତ

ମୋଗଲ ରାଜାବେଳର

ପଞ୍ଚସଖା ଲୀଳା କରୁଥିଲେ ଖେଳା

ଆଠ ଏକରର ଭୂମି

ଛଅଶହ ମୂଖ୍ୟ ଓହଳ ସାମୁଖ୍ୟ

ବେଲ ଦେବଦାରୁ,ଶମୀ 

ସଖୀ କରିଥିଲା ବିରି ର ମେଖଳା

ବ୍ରହ୍ମ ଦାରୁ ମିଳିଗଲେ

ମେରୀ ବଦଳିଲା ମହାଦ୍ରୁମ ହେଲା

ରାତ୍ର ପୂଜା ଆରମ୍ଭିଲା

ସଖୀ କି ଅସହ୍ୟ ସ୍ୱାମୀର ସନ୍ଦେହ

ବଟମୂଳେ ପ୍ରାଣ ଗଲା

ଜନେ ପୂଜାକଲେ ଧନ୍ୟ ଧନ୍ୟ କଲେ

ସଖୀ ବଟ ନାମ ହେଲା

କୁଜଙ୍ଗ ରାଜା ତ ଆଗ୍ରହ ବହୁତ

ନାଉରୀ ସାହାଯ୍ୟ ନେଇ

ସିଦ୍ଧ ବଳଦେବ ପବିତ୍ର ବିଗ୍ରହ 

ନେଇ ତ ପାରିଲେ ନାହିଁ

ଇଛାପୁର ଠାରେ ରଖି ଅକ୍ଳେଶରେ

ଶରଣ ପ୍ରଭୂ ପୟରେ

ସେବେଠାରୁ ନାମ ହେଲା ଇଛାପୁର

ରହିଲେ କେନ୍ଦ୍ରାପଡା ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics