ଜଗନ୍ନାଥ ସାହା
ଜଗନ୍ନାଥ ସାହା


ସବୁରି ମୁହଁରେ ଗୋଟେ କଥା ପ୍ରଭୁ
ଜଗନ୍ନାଥ ସାହା ଆମ
ବିପତ୍ତି ବେଳରେ ନିଶ୍ଚେ ସାହା ହେବେ
ଆଶା ବଢେ ପ୍ରତି ଯାମ ।
ପ୍ରଭୁ ଜଗନ୍ନାଥ ଜଗତେ ବନ୍ଦିତ
ଲୀଳା ତୁମର ଅନନ୍ତ
ଭକ୍ତ ଲାଗି ତୁମେ ସାହା ସବୁ ଧାମେ
ଅନାଥର ଅଟ ନାଥ ।
ଭକତ ଦୁଃଖରେ ଲୁହ କେତେ ଝରେ
ଜାଣେ ସେ ବନ୍ଧୁ ମହାନ୍ତି
ଭକ୍ତିରେ କିମିଆ ଭାବ ବିନୋଦିଆ
ଭକ୍ତ ଲାଗି ମାଡ ଖାଆନ୍ତି ।
ଭାବକୁ ନିକଟ ଅଭାବକୁ ଦୂର
ମୋ ପ୍ରଭୁ କଳା ଠାକୁର
ଭାବରେ ସେ ବନ୍ଧା ସହେ ଅପନିନ୍ଦା
ମାନ ରଖିଲେ ରାଧାର।
ଭକତ ଯାହାର ଅତି ଆପଣାର
ଭକ୍ତର ଶୋଭା ବଢାଏ
କେମିତି ସହିଛୁ ବିନା ଭକ୍ତରେ
ତୋ ସ୍ନାନ ଯାତ ହୁଏ।
ବିପତ୍ତି ବେଳାରେ ସଙ୍କଟ କାଳରେ
ବାଡି ନୃସିଂହେ ବାହାରୁ
ଦୁର୍ଗତି ଦୂରେଇ ଭିତ୍ତିକୁ ହରାଇ
ଭକ୍ତ କୂଳକୁ ଉଦ୍ଧାରୁ ।
ଆଜି ମହାମାରୀ ଗଲାଣି ତ ଘେରି
ତୁମେ ପ୍ରଭୁ ଥାଉ ଥାଉ ।
ମଣିଷ ବିକଳେ ଶରଣ ସକଳେ
ରଖ ପ୍ରଭୁ ମହାବାହୁ ।
ନ ତାରିଲେ ପ୍ରଭୁ କହିବେକି ବିଭୁ
ଜଗତେ ନିନ୍ଦା ହୋଇବ
ତୋ ନାମରେ ନାଦ ହେବ ଅପବାଦ
ତୋ ଯଶେ କଳଙ୍କ ଲାଗିବ ।