STORYMIRROR

Sasmita Choudhury

Tragedy

3  

Sasmita Choudhury

Tragedy

ଦି' ଟୋପା ଅଶ୍ରୁ

ଦି' ଟୋପା ଅଶ୍ରୁ

1 min
212

ନୟନ କୋଣରୁ 

ଜନମି ଲୋତକ 

ମୁହଁକୁ ଭିଜାଇ ଦିଏ, 

ଅଶ୍ରୁର ବନ୍ୟାରେ 

ଅନ୍ତର କୋଣ 

ବେଦନାରେ ଭରିଯାଏ। 


ସଞ୍ଜ ସକାଳେ 

କେ ଅଶ୍ରୁ ଝରାଏ, 

ନିଜ ଅଶ୍ରୁ ବା

ନିଜେ କେହି ପିଏ-

ହରି ପ୍ରେମରେ ବା

କେହି କେହି ପୁଣି 

ଲୋତକ ବୁହାଇ ଦିଏ। 


ଦୁଃଖ ଦରଦର 

ରୂପ ଯେ ଅଶ୍ରୁ, 

ପ୍ରେମର ପରୀକ୍ଷା 

ଦିଅଇ ଅଶ୍ରୁ, 

ଅଭିମାନ କେବେ 

ଅଶ୍ରୁ ରୂପରେ

ଚିବୁକରେ ବହିଯାଏ, 

ଅସହାୟ ଯେବେ 

ସାଜଇ ମଣିଷ, 

ନିଜର କେ ଦେଲେ 

ବିଶ୍ବାସରେ ବିଷ, 

ଚକ୍ଷୁ ନଦୀରେ 

ଅବାରିତ ଅଶ୍ରୁ 

ଥଳକୂଳ ଲଙ୍ଘିଯାଏ। 


ମିଛ ଦୁନିଆର 

ମେଳାରେ କେବଳ 

ଅଶ୍ରୁ ହିଁ ଏକ ସତ୍ଯ, 

ଛଳ କପଟର

କଳୁଷ ରଙ୍ଗରେ 

ଅଶ୍ରୁ ନହୁଏ ସିକ୍ତ। 


ସୁଖ ବେଳେ ଯେବେ 

ଅଶ୍ରୁ ଆସଇ, 

ମନ ପକ୍ଷୀ ଯେବେ 

ଗଗନ ଛୁଅଁଇ, 

ଅନ୍ତରର ଆଶା

ଯେବେ ବା ପୂରଇ-

ଅଶ୍ରୁର ଶୁଦ୍ଧ 

ମୋତି ଦୁଇଟୋପା

ଚକ୍ଷୁରେ ଚମକୁଥାଏ। 


ସବୁ ସଂପର୍କର

ଡୋର ଯେ ଅଶ୍ରୁ, 

ସବୁ ଯନ୍ତ୍ରଣାର 

ପ୍ରତିରୂପ ଅଶ୍ରୁ, 

ଜନ୍ମରୁ ଯୂଇ ଯାଏ - 

ସୁଖେ ଅବା ଦୁଃଖେ 

ସେଇ ଏକା ଅଶ୍ରୁ 

ଏକାନ୍ତ ନିଜର ହୁଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy