ଦି ବୁନ୍ଦା ଲୁହ
ଦି ବୁନ୍ଦା ଲୁହ
ତୁମେ ଦି ବୁନ୍ଦା ଲୁହ ଝରାଅକି ଝରାଅ ଆଖୁରୁ
ଅଶ୍ରୁ ର ଝରଣା
ଦୋଷ ଦେବିନି କଳଙ୍କ କାଳିମା ବୋଳିବିନି ପ୍ରଭୁ
ଯାହା ମୋର କର୍ମ ଫଳ କିଏ ବଦଳେଇ ପାରିବ
ମୋର ପୀଡାର ବୋଝ ମୁଁ ନିଜେ ବୋହିବି
ମୋ ଆଖିରେ ଯେତେ ହୁଏତ ଗତ ଜନ୍ମର ପ୍ରାଯଶ୍ଚିତର ଲୁହ।
ମୋ ଅନ୍ତର ଆହୁରି ସ୍ୱଚ୍ଚ ହେବ
ତୁମେ ଦୁଃଖର ଝରଣା ବୋହାଇ ଚାଲ
ମୋ କିନ୍ତୁ ପାଟିରୁ ଓହୋ ପଦେ କାଢିବିନି ସବୁ ସହି ଯିବି
ଲଦି ଲଦି ଦୁଃଖର ପାହାଡ ଶକ୍ତ ହେଇଗଲେଣି
ଉଭୟ ମନ ଓ ଦେହରୁ ।
ମୃତ୍ୟୁକୁ ଆଦୌ ଭୟ ନଥିଲା
ଜନ୍ମ ମତେ ଭୟ ଲାଗେ ମାୟାରେ ଘାଣ୍ଟି ହେବାର ଭୟ।
