STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ଧୂମାୟିତ ଜୀବନ

ଧୂମାୟିତ ଜୀବନ

1 min
11.9K

ଅନର୍ଗଳ କଥା କହୁଥିବା ଶବ୍ଦ ବି 

ହଟାତ ମନ ମେଘନାଦ ପ୍ରାଚୀର 

ଅରପଟେ ଭାବନାର ଜଉ ଘରେ 

ଜମାଟ ବାନ୍ଧି ଯାଏ

ପ୍ରବାହମନ ସମୟ 

ଟୁପ ଟାପ ହେଉଥିବା 

ଛୋଟ ଛୋଟ କଥା ସବୁ 

ଫୁସ ଫୁସ ହେଇ କହୁଥାନ୍ତି 

ସେମାନଙ୍କ ଭିତରେ ଥିବା 

ଅବଶୋଷ ଆଉ ହତାଶା ର କଥା 


ତହିଁ ଆରଦିନ ବସେ ନିଶାପ 

 ଠିକ ମନ ଅଗଣା ମଝିରେ 

ହୃଦୟ କରେ ଓକିଲାତି 

ଆଖି ଧରି ଆଣେ ସାକ୍ଷୀ  

ଆଉ ଠୋସ ପ୍ରମାଣ

ସମୟ ସାଜେ ପତିପକ୍ଷ 

ପରିସ୍ଥିତି ବଖାଣେ 

ଛୋଟ ବଡ଼ ଘଟଣା 

କଥା ଆଉ କାହାଣୀ


ଘଟଣା ର ଶେଷ ଅଙ୍କ

ବିଚରା ମଣିଷ ସାଜେ ଦୋଷୀ 

କଛି ଉଦ୍ଗାରିବା ଆଗରୁ 

ଶବ୍ଦ ସବୁ ପଳାତକ ସାଜି 

ନିଶବ୍ଦ ରାଜ୍ୟ ରେ ନିଶୁନ ନାଗରିକତ୍ୱ 

ଖୋଳପା ରେ ମୋଡ଼ି ମାଡି ହେଇ 

ପେଟେଇ ଆଣ୍ଠେଇ ଶୋଇଯାଆନ୍ତି

 

ପରିଶେଷ ରେ ଘଟଣା 

ସବୁ ହେଇଯାଏ ସାଧାରଣ 

ଝଡ଼ ପୂର୍ବର ନୀରବତା କରେ 

ଆଖି କୁ ଲାଲ 

ମନ କୁ ଆଦ୍ର 

ଆଉ ଦେହ ହୁଏ ସ୍ଥାଣୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract