ଧର୍ଯ୍ୟ ଧରିବାକୁ ହେବ
ଧର୍ଯ୍ୟ ଧରିବାକୁ ହେବ
ଆଶୁ ପଛେ ଯେତେ ବାଧା ବିଘ୍ନ ଏଠି
ପଛଘୁଞ୍ଚା ନୁହଁ କେବେ
ସେବା ଭାବ ନେଇ ପୂରଣ ହିଁ କର
କାପୁରୁଷ ନୁହଁ କେବେ
ଜୀବନ ଯାତ୍ରାରେ ବିଭିନ୍ନ ସମସ୍ୟା
ଜୀବନର ମୂଲ୍ୟ ଏହି,
ପୂରଣ କରିବା କର୍ତ୍ତବ୍ୟ ହିଁ ଆମ
ଜନ୍ମର ମୂଲ୍ୟ ହିଁ ସେହି
ଜନ୍ମ ମରଣ ହିଁ ପ୍ରଭୁଙ୍କ ରଚନା
ଜୀବନରେ ଚିନ୍ତା ନାହି,
କର୍ମର ନିମନ୍ତେ ମନୁଷ୍ୟ ଜୀବନ
କର୍ମର ପାଇଁ ହିଁ ଦେହି
ନିସ୍ବାର୍ଥୀ ହୋଇଣ ସେବା କରୁଥିବା
ବିଘ୍ନ ଆଶୁ ପଛେ ଭାଇ,
ପ୍ରଭୁ ଭକ୍ତି କରି ପୂରଣ କରିବା
ଡ଼ରିବା ନାହିଁ ଟି ଭାଇ
ଯାହା ଭି ହେଉଛି ପ୍ରଭୁଙ୍କ ରଚନା
ଆମର ହିଁ କିଛି ନାହିଁ,
ଯାହା ଭି କରିବେ ପ୍ରଭୁ ହିଁ କରିବେ
ହସ୍ତରେ ଆମର ନାହିଁ
ପ୍ରେମ ଭକ୍ତି ଜ୍ଞାନ ନିସ୍ବାର୍ଥର ବଳେ
କର୍ମ କରିବା ହିଁ ଧର୍ମ,
ଜନକଲ୍ୟାଣ ରେ ସମର୍ପଣ ଭାବ
ଜୀବନ ପଥର ଧର୍ମ
ମନୁଷ୍ୟ ଜୀବନ ଦୁର୍ଲ୍ଲଭ ଜୀବନ
କର୍ମର ପାଇଁ ହିଁ ଜନ୍ମ,
ସତ୍ୟ ଧର୍ମ ପଥେ କର୍ମୀକ ହୋଇଣ
ପ୍ରଭୁ ଭକ୍ତି ପାଇଁ ଜନ୍ମ
କରୋନା ରୋଗଟି ସମସ୍ୟା ହୋଇଛି
ଦେଶ ଭିତରେ ହିଁ ଆଜି,
ସମସ୍ୟା ଦୂର ହିଁ ପ୍ରଭୁ ହିଁ କରିବେ
କାହିଁ ପାଇଁ ଡ଼ର ଆଜି
ନିସ୍ବାର୍ଥ ଶାସକ ଧର୍ମେ ବିଭୂଶିତ
ଶାସନ କରନ୍ତି ଦେଶେ,
ଦିନରାତି ସେହୁ କର୍ମରେ ଯୋଡିତ
ଭରସା ଦିଅନ୍ତି ଦେଶେ
ଡ଼ର କିମ୍ବା ଭାଇ ଏପରି ସଂଯୋଗେ
ଗୁଞ୍ଜୁ ଅଛି ପ୍ରଭୁ ନାମ,
ଦେଶର ପ୍ରଧାନ ଅତି ହିଁ ମହାନ
ମନ୍ତ୍ର କରିଛନ୍ତି ଧର୍ମ
ଆଶୁ ପଛେ ଯେତେ ବାଧା ବିଘ୍ନ ଏଠି
ପଛଘୁଞ୍ଚା ନୁହଁ କେବେ,
ସେବା ଭାବ ନେଇ ପୂରଣ ହିଁ କର
କାପୁରୁଷ ନୁହଁ କେବେ
