ଧୋକା ଅତି ଆପଣାର ଅତି ପ୍ରିୟ ପାଖରୁ
ଧୋକା ଅତି ଆପଣାର ଅତି ପ୍ରିୟ ପାଖରୁ
ଧୋକା କଣ ଖାଲି ପ୍ରେମରେ
ଏ ତ ମୁଁ ଭାବେ ସମ୍ପର୍କରେ ।
ଏଯେ କିଛି କଥା ଲୁଚାଇବାରେ
ସବୁ କଥା ନ କହିବାରେ ।
ଏବି ସବୁ ନ କହି ତୁମ ଆଗରେ
ତୁମ ପଛରେ ମୁହଁ ଖୋଲିବାରେ ।
ଆଉ କାହା ପାଖରେ ତୁମ ନାମରେ
କିଛି ମିଛ ଗୁଜବ ପ୍ରଚାରରେ ।
ଏକ ସଂଘବଦ୍ଧ ଭାବେ ସମସ୍ତଙ୍କ ଆକ୍ରମଣରେ
ଆଉ ଜଣେ ସବୁ ଜାଣି ସମୟ ବିତାଇବାରେ ।
ସବୁ ବରଦାସ୍ତ କରିବାରେ ନୀରବରେ
ଦୋଷ ଦୁର୍ବଳତା ଘୋଡାଇବାରେ ।
ସଭିଙ୍କ ଆଗରେ ସମ୍ମାନ ଜଣାଇ ପଟ ନେବାରେ
ଆଉ ନିଜ ଆଖିରେ ଦେଖିବାକୁ ଅପେକ୍ଷାରେ ।
କାହା କଥାକୁ ମିଛ ଭାବିବାରେ
ସବୁକଥା ସତ ବୋଲି ମାନି ଯିବାରେ ।
ଆଶାତୀତ ସଫଳ ରୂପାୟନ ଦେବାରେ
ଭଲପାଇବାର ନିରନ୍ତର ଉଦ୍ୟମରେ ।
ଏତ ଗଲା ସମ୍ପର୍କରେ ଧୋକା
ବେଳେ କେତେବେଳେ ଭଲପାଇବାରେ ।
କିଛି ନ କହି ଦୂରେଇ ରହିବାରେ
ଯେତେବେଳେ ଦରକାର ପଚାରିବାରେ ।
କେତେ ମନରେ ରଖି ଚୁପ ରହିବାରେ
ଆଉ କିଛି ଭିତରେ ଅଛି ଜଣା ନ ପଡିବାରେ ।
ଏମିତି ବି ଧୋକା ମିଳେ କଥାକଥାରେ
କେତେବେଳେ କି କଥା କହିବାରେ ।
ଥରେ ଥରେ ତୁମ ସହିତ ଅଛି ଭାବରେ
ଥରେ ଅଧେ ଛାଡି ଚାଲିଗଲା ପରି ଲାଗିବାରେ ।
କିଛି ସମୟ ଲାଗେ ଏ ମୋ ନିଜର
କିଛି ବେହିସାବ ବେଳେ ଲାଗେ ଅତି ପର ।
ଏ ମେଘ ବଦଳାଇବାର ବେଳରେ
ବରଷାଟା ଆସେ ନ ବରଷି ଉଡିବାରେ ।
ଅତି ପରିଚିତ ଲାଗେ ଭାରି ଖଟା ଅବସରରେ
ଅବେଳରେ ଦରକାରୀ ଲାଗିବାରେ ।
କାହିଁକି ପ୍ରେମରେ ଆଉ ସମ୍ପର୍କରେ ହତଭାଗୀରେ
ସବୁତକ ଧୋଇ ବତରା ହୋଇ ଗଲେ ବି କିଛି ଅବତୁରାରେ ।
ଆଉ ଭିଙ୍ଗି ବି ହୁଏନି କି ରଖି କି ସାଇତି ପାରେନା ମନରେ ।