STORYMIRROR

Tapaswini DashSarangi

Tragedy

4  

Tapaswini DashSarangi

Tragedy

ଧନମାଳି ଆଉ କେ କରିବ ଅଳି

ଧନମାଳି ଆଉ କେ କରିବ ଅଳି

1 min
343

ବିବାହ ଦିବସେ ବିଦାୟ ରଜନୀ

         ଉପସ୍ଥିତ ହେଲା ଆସି

ମା'ର ଲୁହକୁ ବାପାଙ୍କ କୋହ ଯେ

         ଅଥୟ ହୋଇଲା ମିଶି।

ବାହୁନି କାନ୍ଦୁଛି ମା'ର ମମତା

          ଅମାନିଆ ତା'ର ମନ

ଧନମାଳୀ ଆଲୋ ମୋ ନୟନ ତାରା

          ମୋ ରଙ୍କ ପଶରା ଧନ।

ଅଝଟ ଝିଅ ମୋ ବିଦା ହେଉଅଛି

          ଆଉ କେ କରିବ ଅଳି

ଅନ୍ୟ ସୁଖରେ ସୁଖ ସେ ଦେଖିବ

        ସଳିତା ପରି ଯିବ ଜଳି।

ବିଧିର ବିଧାନ କେଡେ ନିରିଦୟ

          ଇଏ କି ଅଜବ ରୀତି

ନିଜ ଧନକୁ ଯେ ପର ହସ୍ତେ ଟେକି

         ପାଳୁଛି ଦୁନିଆ ନୀତି।

ଭାଇ ସାଥେ କଳି ଆଉ କେ କରିବ

     ନୂଆ ଦରବ ଅଧିକା ନେଲେ

ଚିଜ କିଛି ମନେ ଆଶା କରିଥିବ

        ରକ୍ଷା ବନ୍ଧନର ବେଳେ।

ଅଳି କରୁଥିଲୁ ନବ ବସନ ପାଇଁ ତୁ

       ରଜ କୁମାର ପୁନିଅ କାଳେ

ଜହ୍ନି ଓଷା ଆଉ ଖୁଦୁରୀକୁଣୀରେ

        ମନେ ତୁ ପଡିବୁ ଭଲେ।

ଝିଅ ନୁହେଁ ତୁ ଲୋ କଲିଜା ଥିଲୁ ମା

           ଅନ୍ତର ଯାଉଛି ଜଳି

ବୋଉ ବୋଉ କହି ସବୁଦିନ କିଏ

       ମୋ ସମୀପେ କରିବ ଅଳି।

ମା'ର ମମତା କେବେ ନ କମିବ

        ଯେଉଁଠି ଲୋ ରହିବୁ ତୁହି

ବନସ୍ତରେ ହସ୍ତୀ ଥିଲେ ବା କେଉଁଠି

          ରାଜାଙ୍କର ଥାଏ କହି।

ତଥାପି ଏ ମନ ଅମାନିଆ କାହିଁ

        ଝୁରିବ ତୋର ଅଳି ଅଝଟ

ପୁନିଅଁ ପରବେ ନିତି ଦେଖୁଥିବି

     ଖୋଲା ଥିବ ମୋ ଦାଣ୍ଡ କବାଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy