STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ଧୈର୍ଯ୍ୟର ସୀମା ଗଲିଣି ଟୋପି "

"ଧୈର୍ଯ୍ୟର ସୀମା ଗଲିଣି ଟୋପି "

1 min
149

କି ପାପର ଦଣ୍ଡ ଆରେ            

ଦେଉଛୁ କାଳିଆ ତୁହି ମୋତେ

ଧୈର୍ଯ୍ୟର ସୀମା

ଟୋପିଗଲିଣି        

ସହିବାକୁ ବଳ

ପାଉନି ସତେ


ପିଲାଟି ଦିନରୁ

ଭକତି ଅନ୍ତରେ

ଡ଼ାକୁ ଥିଲି ମୁହିଁ ତୋତେ

ମୋ ଭକତି ରେ

କୋଉଠି ତୋହର

ଉଣା ରହି ଗଲା

କାହିଁ ଆରେ ତୁହି

ଭୁଲି ଗଲୁ ମୋତେ


ମୁଁ ଦୀନ ହୀନ ହୋଇ

ବୁଲୁଅଛି ଦାଣ୍ଡ ଦୁଆରେ

ଷାଠିଏ ପଉଟି ଖାଇ

ଆରେ ଶୋଇ ଅଛୁ ତୁହି

ରତନ ପଲଙ୍କରେ


ଚାଲିବାକୁ ବଳ ନାହିଁ

ହାତରେ ଧରିଛି ବାଡ଼ି

ଉଠି ପଡି ଚାଲୁଛି

ଆରେ ଜୀବନର ପଥ

ମୁଁ ଯେ ଯାଇଛି ହୁଡ଼ି


ଆତ୍ମୀୟ ସ୍ୱଜନ

ହୋଇଗଲେ ପର

ଅଧା ବାଟେ ଛାଡି ଗଲେ ମୋତେ

ବୃଦ୍ଧା କାଳେ କେଉଁଠି

ଯିବି ମୁଁ

ବୁଦ୍ଧିବାଟ ଦିଶୁ ନାହିଁ ସତେ


ହାତ ଧରି ଯାର

ଚାଲି ଶିଖେଇଲି

ଭୁଲିଲା ସିଏ ତ ମୋତେ

ଯାହା ପାଇଁ ନିଦ ହଜେଇଲି

ସିଏ କି ପଚାରେ ସତେ


କେଡ଼େ ବେଇମାନ

ଅଜବ ଏଇ ଦୁନିଆ

ଦେଇ ନେଇ ପାରୁଥିଲେ

ଥିବଟି ମହତ ପଣିଆ

ନ ହେଲେ ନିଜର ବି

ସତେ ଦିନେ ହୋଇବେ

ଦ୍ବି ଦିନର କୁଣିଆ


ଆପଣା ବଳଠୁ

କେ ଅଛି ନିଜର

ଥରେ ପଙ୍ଗୁ ହେଇଗଲେ

ବନ୍ଧୁ ଏଠି କେ ନୁହେଁ କାହାର


ଘର ଢ଼ିଙ୍କି ଯଦି ହୁଏ କୁମ୍ଭୀର

ପାଣିରେ କରି ଘର

ଦୁଃଖ କରି କି ଲାଭ ହେବ

ଦୋଷ ତ କେବଳ

ନିଜ କରମର


ଏଠି ସବୁ ଦ୍ବି ଦିନିଆ ଅତିଥି

ହୁଅନ୍ତି ଦେଖେଇ ଭଲ

ନିଜ କର୍ମ ସରି ଗଲେ

ବୁଝନ୍ତି ନାହିଁ ସେ

ସମ୍ପର୍କର ମୂଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract