"ଧୈର୍ଯ୍ୟର ସୀମା ଗଲିଣି ଟୋପି "
"ଧୈର୍ଯ୍ୟର ସୀମା ଗଲିଣି ଟୋପି "
କି ପାପର ଦଣ୍ଡ ଆରେ
ଦେଉଛୁ କାଳିଆ ତୁହି ମୋତେ
ଧୈର୍ଯ୍ୟର ସୀମା
ଟୋପିଗଲିଣି
ସହିବାକୁ ବଳ
ପାଉନି ସତେ
ପିଲାଟି ଦିନରୁ
ଭକତି ଅନ୍ତରେ
ଡ଼ାକୁ ଥିଲି ମୁହିଁ ତୋତେ
ମୋ ଭକତି ରେ
କୋଉଠି ତୋହର
ଉଣା ରହି ଗଲା
କାହିଁ ଆରେ ତୁହି
ଭୁଲି ଗଲୁ ମୋତେ
ମୁଁ ଦୀନ ହୀନ ହୋଇ
ବୁଲୁଅଛି ଦାଣ୍ଡ ଦୁଆରେ
ଷାଠିଏ ପଉଟି ଖାଇ
ଆରେ ଶୋଇ ଅଛୁ ତୁହି
ରତନ ପଲଙ୍କରେ
ଚାଲିବାକୁ ବଳ ନାହିଁ
ହାତରେ ଧରିଛି ବାଡ଼ି
ଉଠି ପଡି ଚାଲୁଛି
ଆରେ ଜୀବନର ପଥ
ମୁଁ ଯେ ଯାଇଛି ହୁଡ଼ି
ଆତ୍ମୀୟ ସ୍ୱଜନ
ହୋଇଗଲେ ପର
ଅଧା ବାଟେ ଛାଡି ଗଲେ ମୋତେ
ବୃଦ୍ଧା କାଳେ କେଉଁଠି
ଯିବି ମୁଁ
ବୁଦ୍ଧିବାଟ ଦିଶୁ ନାହିଁ ସତେ
ହାତ ଧରି ଯାର
ଚାଲି ଶିଖେଇଲି
ଭୁଲିଲା ସିଏ ତ ମୋତେ
ଯାହା ପାଇଁ ନିଦ ହଜେଇଲି
ସିଏ କି ପଚାରେ ସତେ
କେଡ଼େ ବେଇମାନ
ଅଜବ ଏଇ ଦୁନିଆ
ଦେଇ ନେଇ ପାରୁଥିଲେ
ଥିବଟି ମହତ ପଣିଆ
ନ ହେଲେ ନିଜର ବି
ସତେ ଦିନେ ହୋଇବେ
ଦ୍ବି ଦିନର କୁଣିଆ
ଆପଣା ବଳଠୁ
କେ ଅଛି ନିଜର
ଥରେ ପଙ୍ଗୁ ହେଇଗଲେ
ବନ୍ଧୁ ଏଠି କେ ନୁହେଁ କାହାର
ଘର ଢ଼ିଙ୍କି ଯଦି ହୁଏ କୁମ୍ଭୀର
ପାଣିରେ କରି ଘର
ଦୁଃଖ କରି କି ଲାଭ ହେବ
ଦୋଷ ତ କେବଳ
ନିଜ କରମର
ଏଠି ସବୁ ଦ୍ବି ଦିନିଆ ଅତିଥି
ହୁଅନ୍ତି ଦେଖେଇ ଭଲ
ନିଜ କର୍ମ ସରି ଗଲେ
ବୁଝନ୍ତି ନାହିଁ ସେ
ସମ୍ପର୍କର ମୂଲ