STORYMIRROR

KRUTIBAS NAYAK

Inspirational Others Children

2  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା : ଆଲୋକ ଜଳାଇ ଦିଅ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା : ଆଲୋକ ଜଳାଇ ଦିଅ -ଡକ୍ଟର କୃତ୍ତିବାସ ନାୟକ

1 min
198


କୋଟିଏ ଯୁଗର ଅନ୍ଧାର ହଟେଇ ଆଲୋକ ଜଳାଇ ଦିଅ,

ସେହି ଆଲୋକରେ ଆଲୋକିତ ହେଉ ଆକୁମାରୀ ହିମାଳୟ ।(ଘୋଷା)


କେତେ ଜାତି କେତେ ଭାଷା,  ନାନା ଜାତି ବେଶ-ଭୂଷା ।

ଅନେକରେ ଏକ ଏକରେ ଅନେକ ଆମେ ସବୁ ଭାରତୀୟ ।

କୋଟିଏ ଯୁଗର ଅନ୍ଧାର ହଟେଇ ଆଲୋକ ଜଳାଇ ଦିଅ,

ସେହି ଆଲୋକରେ ଆଲୋକିତ ହେଉ ଆକୁମାରୀ ହିମାଳୟ ।(1)


ଯେତେ ଧର୍ମ ସେତେ ମତ,  ସବୁରି ମୂଳରେ ସତ୍ୟ ।

ଗୋଟିଏ ମାଆର କୋଟିଏ ସନ୍ତାନ ଏହି ଆମ ପରିଚୟ ।

କୋଟିଏ ଯୁଗର ଅନ୍ଧାର ହଟେଇ ଆଲୋକ ଜଳାଇ ଦିଅ,

ସେହି ଆଲୋକରେ ଆଲୋକିତ ହେଉ ଆକୁମାରୀ ହିମାଳୟ ।(2)


କିଏ ଜପେ ହରି-ରାମ,  କିଏ ଡାକେ ଆଲ୍ଲାନମ ।

ଯୀଶୁ ବୁଦ୍ଧ ଜୈନ ନାହିଁ ଭିନ୍ନ ଭିନ୍ନ ସଭିଙ୍କର ହେଉଜୟ ।

କୋଟିଏ ଯୁଗର ଅନ୍ଧାର ହଟେଇ ଆଲୋକ ଜଳାଇ ଦିଅ,

ସେହି ଆଲୋକରେ ଆଲୋକିତ ହେଉ ଆକୁମାରୀ ହିମାଳୟ ।(3)



Rate this content
Log in

Similar oriya poem from Inspirational