STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଦେଖୁଥିବି ତୁମ ମୁହଁ

ଦେଖୁଥିବି ତୁମ ମୁହଁ

1 min
23.8K

ବୈକୁଣ୍ଠ ଭୂବନ,ନନ୍ଦନ କାନନ ସବୁ ପରା ଏଇ ମନ

ମନ ବୃନ୍ଦାବନ, ଯମୁନା ପୁଳିନ କଦମ୍ବ ମୂଳେ ମୋହନ‌ 

ତୁମ ନାମ ଧରି ମୁରଲୀ ବାଜାଏ ଡାକି ଡାକି ତୁମ ନାମ ।।


ମନ ସହ ମନ ମିଶିଗଲେ ସଖୀ ଅଳକା ପୁରୀ ତ ତୁଛ

ନିତି ନିତି ରତି ଭାବ ପୀରତି ଗୋ ତୁମେ ମୋ ପ୍ରଣୟ ଗୀତ

ଦୂରେ ଥାଆପଛେ ନ ଲୋଡଇ ଦେହ ତୁମ 

କେତେ ଦୂରେ କଇଁ କେତେଦୂରେ ଜହ୍ନ ଅଭେଦ ତାଙ୍କରି ପ୍ରେମ ।।


ସେଦିନ ସାଗର ସଇକତେ ସଖୀ ମନେ‌ମନେ ଖୋଜୁଥିଲି

ସମୁଦ୍ର ପବନ କୋଳେଇ ନେଲା ଗୋ ଚାହୁଁ ଚାହୁଁ ହଜିଗଲି

କୁହୁକିନୀ ମାୟା ଭୁଲାଇ ନେଲା ମୋ ମନ

ଭାବିଲି ସତେକି ତୁମେ ଗୋ ଛଇଳା ଆସିଛ ହୋଇ ପବନ ।।


ତା ଲହରୀ ମାଳ ପ୍ରେମେ ଛଳଛଳ ଦେଖୁ ଦେଖୁ ‌ ନବ ବାଳା

ମୋ ପାଦ ଦେଶକୁ ଛୁଇଁଲା ଲହରୀ ଦେହ କୁ ମୋ ଓଦା କଲା

ତୁମ ପ୍ରେମ ଜଳ ଶିକ୍ତ କଲା କି ମୋ ପ୍ରାଣ

ଆନମନା ହେଲି ତୁମକୁ ଭାବିଲି ହଜିଗଲା ମୋର ମନ ।।


କି କିମିଆଁ କଲ ବେଶୀ ବେଶୀ ସଖୀ ମନେପଡୁଛ କାହିଁକି

ତୁମ ମୁହଁ ନାଚେ ପ୍ରତି ଚିତ୍ର ପଟେ ଯେତେ ବେଳେ ଦିଏ ଦେଖି

ତନ୍ଦ୍ରା ବିହ୍ଵଳେ ତୂମେ ରାତିର ମୋ ସପନ

ତୁମପାଇଁ ମିଛ ହୋଇପାରେ ସଖୀ ଏତ ସତ୍ୟ ମୋ ବଚନ ।।


ମୁହୁର୍ମୁହୁ ତୁମେ ଏ ଜୀବନେ ମନେ‌ ଉଙ୍କି ମାରୁଥାଅ ସାଥୀ

ଯୋଛନା ଯେମିତି ଜହ୍ନ ସହ ଥାଇ ଆଲୋକିତ କରେ ରାତି

ତୁମେ ମୋ ଜୋଛନା ତୁମେ ମୋ ରାତିର ଜହ୍ନ

ଅଭୁଲା ଏ ପ୍ରେମ ଅଭୁଲା ତୋ ମୁହଁ ତୁମେ ମୋର ରାତି ଦିନ ।।


ଅନ୍ତିମ ଜୀବନେ ଶ୍ମଶାନ ପଥରେ କୋକେଇରେ ଗଲା ବେଳେ

ଦୁଇଟୋପା ଲୁହ ଢାଳିଦେବ ପ୍ରୀୟା ନିର୍ଜୀବ ସେ ଶବଧାରେ

ସେହି ଲୁହ ଧାରେ ସାର୍ଥକ ହେବ ମୋ ପ୍ରେମ

ଜଳନ୍ତା ଜୁଇରୁ ଜଳିଜଳି ସଖୀ ଦେଖୁଥିବି ତୁମ ମୁହଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract