ଦେଖିଲି ଖୋଲି
ଦେଖିଲି ଖୋଲି
କବିତା - ଦେଖିଲି ଖୋଲି
ରଚନା - ପଞ୍ଚାନନ ଜେନା
ତାରିଖ -୨୭-୦୮-୨୦୨୫
+++++++++++++++
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି
ଥିରି ବହୁଥିଲା ଶୀତଳ ସମୀରଣ
ଧସି ପଶୁଥିଲା ଶୁଭୁଥିଲା ଝଣଝଣ
କାନ ପାଖେ ଆସି କହୁଥିଲା ଆପଣାପଣ
ତୁ ଟାଣି ଦେ ଟାଣି ଦେ
ମୁରୁଜ ଗାର
ତୁ ନାଇ ଦେ ନାଇ ଦେ
କଜଳ ଧାର
ତୁ ପିନ୍ଧି ଦେ ପିନ୍ଧି ଦେ
ପାଦେ ପାଉଁଜର
ତୁ ଆଙ୍କି ଦେ ଆଙ୍କି ଦେ
ନାଲି ସିନ୍ଦୁର
କାଳେ ସିଏ ଆସିବେ ବୁଲି
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି ।୧।
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି
ରଙ୍ଗ ବେରଙ୍ଗ ପ୍ରଜାପତି ପାଖକୁ ଆସି
ଦେହକୁ ଛୁଇଁ ଦେଇ କହିଲେ ହସି ଘସି
ତୁ ପିନ୍ଧି ଦେ ପିନ୍ଧି ଦେ
ସିନ୍ଦୁକ ଗହଣା ତୋର
ତୁ ଗୁନ୍ଥି ଦେ ଗୁନ୍ଥି ଦେ
ମଲ୍ଲୀ ଗଜରା ହାର
ତୁ ମାଖି ଦେ ମାଖି ଦେ
ବାସ ତେଲ ଅତର
ତୁ ଲାଖି ଦେ ଲାଖି ଦେ
କାନ ଝୁମୁକା ଝର
କାଳେ ସିଏ ଆସିବେ ବୁଲି
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି ।୨।
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି
ଫୁଲମାନେ ହଲି ଦୋହଲି ହସି
କହିଲେ ସଜେଇ ଯାରେ ତାରକସି
ତୁ ରାନ୍ଧି ଦେ ରାନ୍ଧି ଦେ
ଅନ୍ନ ବ୍ୟଞ୍ଜର ବାର
ତୁ ବାନ୍ଧି ଦେ ବାନ୍ଧି ଦେ
ଚୂର୍ଣ୍ଣ କୁନ୍ତଳ ତୋର
ତୁ କହି ଦେ କହି ଦେ
ସଖି ବଉଳ ଘର
ତୁ ଟାଣି ଦେ ଟାଣି ଦେ
ଓଢ଼ଣା ତୋର
କାଳେ ସିଏ ଆସିବେ ବୁଲି
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି ।୩।
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି
ଶେଷ ଶ୍ରାବଣ ଝରୁଥିଲା ରହି ରହି
ରିମ୍ ଝିମ୍ ମତୁଆଲା ଗୀତକୁ କହି
ତୁ ମାରି ଦେ ମାରି ଦେ
ନାଲି ଅଲତା ଗାର
ତୁ ରଖି ଦେ ରଖି ଦେ
ଲାଜୁଆ ଚାହିଁଣୀ ଖର
ତୁ ପିନ୍ଧି ଦେ ପିନ୍ଧି ଦେ
ପାଟଶାଢୀ ଏଥର
କାଳେ ସିଏ ଆସିବେ ବୁଲି
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି ।୪।
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି
ଚଗଲା ଜହ୍ନଟା ମୁଁହ ଲୁଚେଇଲା ହସି
ଇଶାରାରେ କହିଲା ବଉଦ ଉହାଡୁ ଶଶି
ତୁ ବାନ୍ଧି ଦେ ବାନ୍ଧି ଦେ
ଗଭା ଗଜରା
ତୁ ନାଇ ଦେ ନାଇ ଦେ
ନାଲି ଘାଘରା
ତୁ ପାରି ଦେ ପାରି ଦେ
ନୂଆ ପସରା
ତୁ ହସି ଦେ ହସି ଦେ
ସରଗ ତାରା
କାଳେ ସିଏ ଆସିବେ ବୁଲି
ମୁଁ ଦେଖିଲି ଖୋଲି
ଘର ଝରକା ପରଦା ମେଲି ।୫।

